Odiapua.com

କୋଟିଆ ଗ୍ରାମପୁଞରେ ଭଲିବଲ କିଟ ପ୍ରଦାନ

କୋରାପୁଟ ୨୭-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ କୋଟିଆ ଗ୍ରାମପୁଞରେ ଯୁବକମାନଙ୍କର କ୍ରୀଡା ପ୍ରତିଭାର ବିକାଶ ନିମନ୍ତେ  ଭଲିବଲ କିଟ ଯଥା ଭଲିବଲ,ନେଟ ଓଖେଲାଳୀମାନଙ୍କ ନିମନ୍ତେ ଟି ସାର୍ଟ ପ୍ରଦାନକରାଯାଉଛି ।ଏଥିସହ ଗ୍ରାମର ମହିଳାମାନଙ୍କୁ ସ୍ୱାବଲମ୍ବି କରିବା ଉଦ୍ଦେଶ୍ୟରେ ଉନ୍ନତମାନର ବିଭିନ୍ନ ପନିପରିବା ବିହନ କିଟ ବଂଟନ ପ୍ରକ୍ରୀୟା ଚାଳିଥିବା ଜଣାପଡିଛି ।ଏହି କ୍ରମରେ ଆଜି କୋଟିଆ ପଂଚାୟତର ଧୁଳିପଦର,ଉପରସେମ୍ବି,ନାରେଡିବାଲସା ଓ ତାଡିବାଲସାଠାରେଗ୍ରାମର ଯୁବକମାନଙ୍କୁ ଭଲିବଲ ନେଟ,ଭଲିବଲ,ଓ ଟି ସାର୍ଟ ଏବଂ ଗ୍ରାମର ମହିଳାମାନଙ୍କୁ ଉନ୍ନତମାନର ବିଭିନ୍ନ ପନିପରିବା କିଟ ପ୍ରଦାନ କରାଯାଇଥିଲା ।ଏହି ଗ୍ରାମମାନଙ୍କରେଭଲିବଲ ବେଶ ଆଦୃତ ଥିବାରୁ କୋରାପୁଟ ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଥିଲେ ।କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ କାଶୀ ପ୍ରସାଦ ନାୟକ, କୋରାପୁଟ ଆଇଟିଡିଏର କାର୍ଯ୍ୟକ୍ରମ ପରିଚାଳକ ସତ୍ୟ ରଂଜନ ମହାନ୍ତି  ଏବଂ କୃଷି ପରାମର୍ଶଦାତା ଶିବ ବେହେରା ଓ ରାମନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।