Odiapua.com

କୋଟିଆ ଗ୍ରାମପୁଞରେ ଅନୁପ୍ରବେଶ କରି ଆନ୍ଧ୍ରର ବୃକ୍ଷରୋପଣ

କୋରାପୁଟ ୧୯-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞର ଫାଟୁସେନେରୀରେ ଆନ୍ଧ୍ର ଅନୁପ୍ରବେଶ କରି ବୃକ୍ଷରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିବା ଖବର ମିଳିବା ପରେ ଗତ ୧୭ ତାରିଖ ଦିନ କୋରାପୁଟ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ସମସ୍ତ ରାଜନୈତିକ ଦଳର ନେତାମାନେ ଯାଇ ସୀମା ଜଗିଥିଲେ ।କିନ୍ତୁ ଆନ୍ଧ୍ର ଏହାକୁ ବାତିଲ କରିଦେଇଥିବା ଜାଣିବା ପରେ ସମସ୍ତେ ପଳେଇ ଆସିଥିଲେ ।ଗୋଟିଏ ଦିନ ସୀମା ଜଗିଥିଲେ ପରବର୍ତି ସମୟରେ ସୀମା ଜଗିବା ଭୂଲିଯାଇ ଥିବା କାରଣରୁ ଆଜି ଆନ୍ଧ୍ର ଅଧିକାରୀ ମାନେ  ଫାଟୁସେନେରୀ ଗ୍ରାମରେ ପ୍ରବେଶ କରି ବୃକ୍ଷରୋପଣ କରିଥିବା ସୂଚନା ମିଳିଛି । ପଂଚାୟତ ସେକ୍ରେଟେରିୟଟ, ଅଙ୍ଗନବାଡି ଓ କମ୍ୟୁନିଟି ଗୃହ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।ଆନ୍ଧ୍ରର ଆଇଟିଡିଏ ପିଓ ଆର.କୁର୍ମାନାଥ , ଏମପିଡିଓ ଜି.ପାର୍ବତୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।ଆନ୍ଧ୍ର ଅନୁପ୍ରବେଶ ଖବର ବ୍ଲକ ପ୍ରଶାସନ ନିକଟରେ କିପରି ପହଂଚିଲା ନାହିଁ  ଓ କାହିଁକି ରୋକାଗଲା ନାହିଁ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି ।ଯେଉଁ ନେତାମାନେ ୧୭ ତାରିଖ ଦିନ ଯାଇଥିଲେ ସେମାନଙ୍କ ନିକଟରେ କିପରି ଖବର ପହଂଚିଲା ନାହିଁ ତାହା ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।ଗୋଟିଏ ଦିନ ଜଗିଲା ପରେ କଣ ହେଲା ସେମାନେ ତ ଅନୁପ୍ରବେଶ କଲେ ,ତେଣୁ ସୀମାକୁ ସବୁଦିନ ପାଇଁ ଜିଲ୍ଲା ପ୍ରଶାସନ ହୁଅନ୍ତୁ କିମ୍ବା ନେତାମାନେ ହୁଅନ୍ତୁ ଜଗିବେ ତ ! ନା ସେମାନେ ଏମିତି ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଥିବେ ବୋଲି  ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି ।