Odiapua.com

କୋଟିଆ ଉନ୍ନୟନ ସଂସ୍ଥା ଗଠନ କରି ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା କରାଯାଉ- ସାଂସଦ ଅପରାଜିତା

କୋରାପୁଟ ୦୩-୧୦(ଓଡିଆ ପୁଅ /ରଂଜନ ଦାସ)କୋଟିଆ କେବଳ ରାଜ୍ୟ ସମସ୍‌୍ୟା ନୁହେଁ ଏହା ଜାତୀୟ ସମସ୍ୟା ଅଟେ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କୋରାପୁଟଠାରେ ପ୍ରକାଶ କରିଛନ୍ତି ।ଆନ୍ଧ୍ର କୋଟିଆରେ ପ୍ରବେଶ ସମସ୍ତ କାର୍ଯ୍ୟ କରୁଥିବା ରାଜ୍ୟ ସରକାର ଗମ୍ଭୀରତା ସହ ନେଉ ନ ଥିବା ସେ ସୂଚନା ଦେବା ସହ ଆନ୍ଧ୍ର କୋଟିଆରେ ପ୍ରବେଶ କରି ଜଙ୍ଗଳଜମି ପଟ୍ଟା ପ୍ରଦାନ କରୁଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକରେ ଯେପରି ଉନ୍ନୟନ କାର୍ଯ୍ୟ କରାଯାଉଛି ସେହିପରି କୋଟିଆରେ ମଧ୍ୟ ଓଡିଶା ତରଫରୁ ବିକାଶ କାର୍ଯ୍ୟ କରାଯାଉଛି ।କିନ୍ତୁ ଏହାଦ୍ୱାରା ସମସ୍‌୍ୟା ସମାଧାନ ହେବ ନାହିଁ । ଏଥି ନିମନ୍ତେ କୋଟିଆ ଉନ୍ନୟନ ସଂସ୍ଥା ଗଠନ କରିବାକୁ ସେ ପ୍ରସ୍ତାବ ଦେବା ସହ ଏଥି ନିମନ୍ତେ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା କରିବାକୁ ସେ ପ୍ରକାଶ କରିଛନ୍ତି ।କୋଟିଆରେ ଆନ୍ଧ୍ର ପ୍ରବେଶକୁ ନେଇ ରାଜ୍ୟ ସରକାର ଯେପରି ବିରୋଧ କରିବା କଥା ସେପରି କରୁ ନ ଥିବା ସେ ପ୍ରକାଶ କରିବା ସହ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ କାର୍ଯ୍ୟ କରିବାକୁ ସେ ପ୍ରକାଶ କରିଛନ୍ତି ।କାରଣ ଆନ୍ଧ୍ର ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ କୋଟିଆରେ ପ୍ରବେଶ କରି ବିଭିନ୍ନ କାର୍ଯ୍ୟ କରୁଛି ବୋଲି ସେ ପ୍ରକାଶ କରିଛନ୍ତି ।ଭୁବନେଶ୍ୱର ସାଂସଦ ତଥା ବିଜେପିର ଜାତୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ରାୟଗଡାରୁ କୋରାପୁଟ ଗସ୍ତ କରିଥିଲେ  । ଲକ୍ଷ୍ମିପୁରରେ ବିଜେପି କର୍ମିମାନେ ଶ୍ରୀମତୀ ଷଡଙ୍ଗୀଙ୍କୁ ନୃତ୍ୟମାଧ୍ୟମରେ ସ୍ୱାଗତ କରିଥିଲେ ।କୋରାପୁଟ ସର୍କିଟହାଉସଠାରେ ପହଂଚିବା ପରେ ବିଜେପିକର୍ମିମାନେ ଭବ୍ୟ ସ୍ୱାଗତ କରିଥିଲେ ।ସର୍କିଟହାଉସଠାରୁ ବାଇକ ର‌୍ୟାଲି କରାଯାଇ ଜଗନ୍ନାଥ ମନ୍ଦିରକୁ ସେ ଆସିଥିଲେ ।ଜଗନ୍ନାଥ ମନ୍ଦିର ଗେଟ ସମ୍ମୁଖରେ ବିଲାପୁଟ ଗ୍ରାମବାସୀମାନେ ଉପଢୈାକନ ଦେଇ ସମ୍ବର୍ନ୍ଧନା  ଜଣାଇଥିଲେ ।ବିଲାପୁଟଠାରେ ନିର୍ମାଣଧିନ ଶ୍ରୀ ଶ୍ରୀ ଶବରୀ ନାରାୟଣ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ନିମନ୍ତେ ସହଯୋଗ କରିବାକୁ ନିବେଦନ କରିବା ସହ ବିଲାପୁଟ ଗ୍ରାମର ନାରାୟଣ ପ୍ରଧାନ ,କୃଷ୍ଣ ପ୍ରଧାନ ,କବଳି ପ୍ରଧାନ ,ଦୟା ଖିନବୁଡି ,ଲଲିତ ମୋହଜନ ପଟନାୟକ ପ୍ରମୁଖ ଶ୍ରୀମତୀ  ଷଡଙ୍ଗୀଙ୍କୁ ନିମନ୍ତ୍ରଣ କରିଥିଲେ ।ଏହାପରେ କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ  ଗଦାଧର ପରିଡା ମନ୍ଦିର ଭିତରରେ ଶ୍ରୀମତୀ  ଷଡଙ୍ଗୀଙ୍କୁ ସ୍ୱାଗତ କରିବା ପରେ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାଅର୍ଜନା କରିଥିଲେ ।ଏହାପରେ ନିଶାଣୀମୁଣ୍ଡାଠାରେ ସ୍ମାର୍ଦା ସଂଗଠନର ବାର୍ହିକ ଉତ୍ସବରେ ସେ ମୁଖ୍ୟ ଅତିଥିଭାବେ  ଯୋଗଦେଇଥିଲେ ।ଓଡିଶାର ନାରୀ ସବଳା କି ଦୁର୍ବଳା ନୁହେଁ ,ସମୟ ଆସିଛି ଆଜି  ବି ନାରୀ ପୁରୁଷଠାରୁ କିଛି କମ ନୁହଁନ୍ତି ।ଦଳଗତ ନିର୍ବେଶେଷରେ  ଆମେ ସମସ୍ତେ ଓଡିଶାର ନାଗରିକ ,ଓଡିଶାକୁ ଆଗେଇ ନେବା ପାଇଁ ସମସ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଶ୍ରମତୀ ଶ୍ରୀମତୀ  ଷଡଙ୍ଗୀ ଆଲୋକପାତ କରିଥିଲେ ।ଏହି ଉତ୍ସବରେ ସଂଖ୍ୟାଧିକ ମହିଳା ଯୋଗଦେଇଥିଲେ ।କାର୍ଯ୍ୟକ୍ରମରେ ସ୍ମାର୍ଦାର ସଂପାଦକ ଡ.ସୂର୍ଯ୍ୟକାନ୍ତି ରାଉତ ,ସଭାପତି ଡ.ନରେନ୍ଦେ୍‌ର କୁମାର ମିଶ୍ର ,ମନ୍ନଥ କୁମାର ମଲ୍ଲିକ ,ପୂର୍ବତନ ଜିଲ୍ଲା ବିଜେପି ସଭାପତି  ବିଜୟ କୁମାର ମିଶ୍ର , ଅଶ୍ୱିନୀ ପଟନାୟକ ,ଜଳଧର ତ୍ରୀପାଠୀ , ବିଜୟ କୁମାର ଦଳେଇ,ମନୋଜ କୁମାର ନାୟକ,ନିକୁଞ ପଟନାୟକ , ସ୍ନିଗ୍ଧା ମିଶ୍ର ,ମମତା ରାୟ ,ଅଜିତ କୁମାର ପାତ୍ର ,ପିତାମ୍ବର ସାହୁ,ରାଜେନ୍ଦ୍ର ପାତ୍ର,ସୁଜିତ ସିଂ ,ଗୋପାଳ ସାହୁ ,ଏନ.ଏନ.ବାଘ ,ଶିବ ନାରାୟଣ ରାୟ ,ହେମନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।