Odiapua.com

କୋଟିଆରେ ରଥଯାତ୍ରା ପାଳିତ

କୋରାପୁଟ ୦୫-୦୭-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ)ବିବାଦୀୟ କୋଟିଆରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ୧୭ ବର୍ଷ ହେଲା କୋଟିଆରେ ରଥଯାତ୍ରା ପାଳିତ ହୋଇଆସୁଅଛି।ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଂପାଦକ ସ୍ୱର୍ଗତ କୃ୍ଷ୍ମଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ କୋଟିଆରେ ଜଗନ୍ନାଥ ମନ୍ଦିର ସ୍ଥାପନ ହେବାସହ ତା ପରବର୍ଷ ରଥଯାତ୍ରା ଉତ୍ସବ ପାଳନ କରାଯାଉଅଛି।ରଥଯାତ୍ରାଦିନ କୋରାପୁଟ ଶାବର ଶ୍ରୂୀକ୍ଷେତ୍ରରେ ଯାତ୍ରା କରାଯାଉଥିବାରୁ ରଥଯାତ୍ରା ପରଦିନ କୋଟିଆରେ ରଥଯାତ୍ରା କରାଯିବ ବୋଲି ସେତେବେଳେ ନିଷ୍ପତି ନିଆଯାଇଥିଲା।କୋଟିଆର ସିଦ୍ଦେଶ୍ୱର ଗେମେଲ ଛେରାପହଁରା କରିଥିବା ବେଳେ ପଠାଣୀ ସାହୁ ଡାହୁକ କାର୍ଯ୍ୟ ତୁଲାଇଥିଲେ। ପଟ୍ଟାଗୀଂ ବିଧାୟକ ପୀତମ ପାଢୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି, କୋରାପୁଟ ବ୍ଲକ ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି, କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ. ପୂର୍ବତନ ବିଧାୟକ ଚନ୍ଦ୍ରମା ସାଆନ୍ତା ପ୍ରମୁଖ ଉପସ୍ଥିତ ଥିଲେ।କୋଟିଆ ଅଂଚଳର ପ୍ରାୟ ୨ ହଜାର ଭକ୍ତ ଯୋଗଦେଇ ରଥକୁ ମାଉସୀମା ମନ୍ଦିର ଯାଏଁ ଟାଣି ନେଇଥିଲେ।ପଟ୍ଟାଙ୍ଗୀ ବିଡିଓ କରୁଣାକର ପ୍ରଧାନ, ତହସିଲଦାର ଅରୁଣ କୁମାର ଖଣ୍ଡା ପ୍ରମୁଖ ଯୋଗଦେଇ ପରିଚାଳନା କରିଥିବା ବେଲେ କୋଟିଆ ପଂଚାୟତ ନିର୍ବାହୀ ଅଧିକାରୀ ଦୁଃଶାସନ ନାୟକ, କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ନନ୍ଦ ଓ ଜିଆରଏସ ଭୈାମ୍ୟରଂଜନ ନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।