Odiapua.com

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ

କୋରାପୁଟ;ତା୨୭-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)କିଛି ଦିନର ବ୍ୟବଧାନ ପରେ ଆନ୍ଧ୍ର ପ୍ରଦେଶର ପ୍ରଶାସନିକ ଅଧିକାରୀ ବିବାଦୀୟ କୋଟିଆ ଅଂଚଳରେ ପୁନର୍ବାର ଅନୁପ୍ରବେଶ କରିଥିବା ଦେଖିବାକୁମିଳିଛିାବୈଠକରେ କୋଟିଆ ସଦର ଗ୍ରାମବାସୀଙ୍କ ସମେତ ଗଂଜେଇପଦର,ଉପରସେମ୍ବି,ତଳସେମ୍ବି,ନାରେଡିୱାଲସା,ପନିକି,ନରସିଂହପୁର ଇତ୍ୟାଦି ଗ୍ରାମର ଲୋକେ ସମବେତ ହୋଇ ଆନ୍ଧ୍ର ପ୍ରଦେଶ ସରକାରଙ୍କ ବିଭିନ୍ନ ସମାଜ କଲ୍ୟାଣକାରୀ ଯୋଜନାରେ ସାମିଲ ହେବାକୁ ଆବେଦନ କରିଛନ୍ତି । ଲୋକଙ୍କ ଆଧାର କାର୍ଡ ଓ ଅନ୍ୟାନ୍ୟ ବିବରଣୀ ଆନ୍ଧ୍ର ଅଧିକାରୀ ସଂଗ୍ରହ କରିବା ସହ ଯେଉଁ ମାନଙ୍କର ଆଧାର କିମ୍ବା ରାସନ୍ କାର୍ଡ ସେମାନଙ୍କର ତଥ୍ୟ ମଧ୍ୟ ସଂଗ୍ରହ କରି ନେଇଥିବା ଜଣା ପଡିଛି । ନୂଆବର୍ଷ ପ୍ରଥମ ସପ୍ତାହରେ ଆନ୍ଧ୍ର ପ୍ରଶାସନ ଦ୍ୱାରା ବିବାଦୀୟ ଅଂଚଳର ୫ଶହରୁ ଉଦ୍ଧ୍ୱର୍ ଲୋକଙ୍କୁ ଭତା,ରାସନ୍ କାର୍ଡ,ଆଧାର,ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ସହ କୋଟିଆବାସୀଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ସମାଜ କଲ୍ୟାଣ ଯୋଜନାରେ ସାମିଲ କରାଯିବ ବୋଲି ଗ୍ରାମ୍ୟ ରାଜସ୍ୱ ଅଧିକାରୀ କ୍ରୀଷ୍ଣା ମୂର୍ତି ପ୍ରକାଶ କରିଥିଲେ ବୋଲି ଜଣାପଡିଛି । ତେବେ ଏ ସମ୍ପର୍କରେ ବ୍ଲକ୍ କିମ୍ବା ଜିଲା ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିବା ଜଣା ପଡିଛି । କୋଟିଆକୁ ନେଇ ଗତ କିଛି ମାସ ହେଲା ଓଡିଶା-ଆନ୍ଧ୍ର ମଧ୍ୟରେ ବିବାଦ ପୁନର୍ବାର ଆରମ୍ଭ ହୋଇଥିବାବେଳେ ଜିଲା ପ୍ରଶାସନ ଏ ଦିଗରେ ନିରବ ରହିବା ଘଟଣାକୁ ଅବସରପ୍ରାପ୍ତ ପ୍ରଶାସକ ତଥା କୋରାପୁଟର ପୂର୍ବତନ ଜିଲାପାଳ ଗଦାଧର ପରିଡା କଟୁ ସମାଲୋଚନା କରିବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି । ଆନ୍ଧ୍ରର ଅନୁପ୍ରବେଶକୁ ନେଇ ଗଣାମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର କମିଟିର ଅଧିକାରୀମାନେ ସେତେବେଳେ କୋଟିଆ ଆସି ଅନୁଧ୍ୟାନ କରିଥିଲେ ଓ କୋରାପୁଟଠାରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ ।କମିଟିର ପ୍ରସ୍ତାବ ଅନୁସାରେ କୋଟିଆରେ ଏକ ମେଡିକାଲ , ସ୍କୁଲ ଓ ଫାଣ୍ଠି ନିର୍ମାଣ ନିମନ୍ତେ ଜମି ଚିହ୍ନଟ ହୋଇସାରିଥିବା ଜଣାପଡିଛି ।ବିବାଦୀୟ କୋଟିଆର ବାସିନ୍ଦାମାନଙ୍କ ଆସ୍ଥାଭାଜନ ନିମନ୍ତେ ଜିଲ୍ଲା ପ୍ରଶାସନ କୋଟିଆଠାରେ ରାଜ୍ୟସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ମହୋସôବ ପରବର ଶୁଭାରମ୍ଭ ନଭେମ୍ଭର ମାସରେ କରିଥିଲେ ।ବିବାଦୀୟ କୋଟିଆରେ ଅନେକବାର ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଅନୁପ୍ରବେଶ କରି ବିଭିନ୍ନ ସାମାଜିକ କଳ୍ୟାଣକାରୀ ଯୋଜନାରେ ସାମିଲ କରୁଛନ୍ତି ।ଅଥଚ କୋରାପୁଟ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ନିକଟରେ ସୂଚନା ନ ଥିବାରୁ ଆମ୍ଭର ପ୍ରଶାସନ ବିବାଦୀୟ କୋଟିଆ ପାଇଁ କେତେ ପ୍ରାଧ୍ୟନତା ଦେଉଛି ତାହାକୁ ନେଇ ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି ।କୋଟିଆରେ ରହିଥିବା ପଂଚାୟତ କାର୍ଯ୍ୟାଳୟଟି ନିୟମିତ ଖୋଲିବା ପାଇଁ ସାଧାରଣରେ ଦାବି ହେଉଥିବା ବେଳେ ଏହାକୁ କାହିଁକି ନିୟମିତ ଖୋଲାଯାଉ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ? ବିବାଦୀୟ କୋଟିଆରେ ରହିଥିବା ଗ୍ରାମପୁଞମାନଙ୍କରେ କେତେବେଳେ ଓ କେଉଁ ସମୟରେ ଆନ୍ଧ୍ର ଅନୁପ୍ରବେଶ କରୁଛି ତାହାର ଖବର କିପରି ବ୍ଲକ ତଥା ଜିଲ୍ଲା ପ୍ରଶାସନ ପାଖରେ ପହଂଚିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି ।