Odiapua.com

କୋଟିଆରେ ଆନ୍ଧ୍ରର ପୁଣି ଅନୁପ୍ରବେଶ,ପ୍ରାଣୀ ସ୍ୱାସ୍ଥ୍ୟ ଶିବିର କରିବା ସହ ସ୍ୱାସ୍ଥ୍ୟକାର୍ଡ ବଂଟନ

କୋରାପୁଟ ୨୫-୦୮(ଓଡିଆ ପୁଅ /ରଂଜନ ଦାସ)କୋଟିଆରେ ଆନ୍ଧ୍ର ଅଧିକାରୀମାନେ ପୁଣି ଅନୁପ୍ରବେଶ କରି ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିବା ଜନାପଡିଛି ।କୋଟିଆ ଗ୍ରାମପୁଞର ଧୂଲିପଦର ,ତଳସେମ୍ବି ଓ ଉପରସେମ୍ବି ଗ୍ରାମରେ ଆନ୍ଧ୍ର ପ୍ରାଣୀ ଡାକ୍ତର ଓ କର୍ମଚାରୀମାନେ ପହଂଚି ଲୋକମାନଙ୍କୁ ସଚେତନ କରିବା ସହ ସ୍ୱାସ୍ଥ୍ୟକାର୍ଡ ବଂଟନ କରିଥିବା ଜଣାପଡିଛି ।ମାଗନାରେ ମେଡିସିନ ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି ।ଆସନ୍ତା ସେପ୍ଟେମ୍ବର ମାସ ୪ ତାରିଖ ପର୍ଯ୍ୟନ୍ତ ଏଭଳି କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କେଲ ହେବ ନାହିଁ ଏହାକୁ ସବୁଦିନ ପାଇଁ ଦୃଷ୍ଠି ଦେବାକୁ କୋରାପୁଟ ଓକିଲ ସଂଘ ସଭାପତି ଅଜିତ ପାତ୍ର ପ୍ରକାଶ କରିଛନ୍ତି । କୋଟିଆବାସୀଙ୍କୁ ସାଂସ୍କୃତିକ ଭାବେ ଓଡିଶା ସହ ଯୋଡିବାକୁ ପଡିବ ବୋଲି ସେ ସୂଚନା ଦେଇଛନ୍ତି ।ଆଜି କୋଟିଆ ଗ୍ରାମପୁଞ ପରିଦର୍ଶନ କରିବା ବେଳେ ଆନ୍ଧ୍ର ଦ୍ୱାରା ପରିଚାଳିତ ସ୍କୁଲ ସବୁ ଖୋଲାଥିଲା ବୋଲି ସୂଚନା ଦେଇଛନ୍ତି ।ରାଜ୍ୟ ମୁଖ୍ୟମନ୍ତ୍ରୀ ତୁରନ୍ତ କୋଟିଆ ଆସିବାକୁ ସେ ନିବେଦନ କରିଛନ୍ତି ।ସାଲୁର ବିଧାୟକ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୋଟିଆର ବିକାଶ କରିବାକୁ ନିବେଦନ କରିଥିବା  ସେ ପ୍ରକାଶ କରିଛନ୍ତି ।ଗତ ୧୬ ତାରିଖ ଦିନ କୋରାପୁଟର ସର୍ବଦଲୀୟ ନେତାମାନେ କୋଟିଆ ଗ୍ରାମପୁଞ ଯାଇ ଆନ୍ଧ୍ରର ଅପ୍ପ୍‌ବେଶକୁ ରୋକିବାକୁ ଯାଇଥିଲେ । ସର୍ବଦଳୀୟ ନେତାମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟି କୋଟିଆ ସଂପର୍କରେ ଆଲୋଚନା କରିବେ ବୋଲ କୁହାଯାଇଥିଲା ।କେବେ ଯିବେ ଆମ୍ଭର ନେତାମାନେ , କେବେ ସମାଧାନ ହେବ କୋଟିଆର ବିବାଦ ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଠୁଥିବା ଜଣାପଡିଛି ।ବାରମ୍ବାର ଆନ୍ଧ୍ର କୋଟିଆରେ ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ ଓଡିଶା ତରଫରୁ ଏହାର ପ୍ରତିବାଦ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି ।