Odiapua.com

କୋଟିଆରେ ଆନ୍ଧ୍ରର ଜନ୍ମଭୂମି କାର୍ଯ୍ୟକ୍ରମ

କୋରାପୁଟ ;ତା୦୩-୦୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋଟିଆ ପଂଚାୟତରେ ଆନ୍ଧ୍ର୍ର ପୁନର୍ବାର ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ଆନ୍ଧ୍ର ପ୍ରଦେଶର କିଛି ଶିକ୍ଷକ,ଅଙ୍ଗନୱାଡି କର୍ମୀ,ଅନ୍ୟାନ୍ୟ ବିଭାଗର କର୍ମଚାରୀ ତଳଗଂଜେଇପଦର,ଫଗୁଣସିନେରୀ,ଫାଟୁସିନେରୀ,ଉପରସେମ୍ବି,ଡୋଳିଆମ୍ବ,ସଲପଗୁଡା,କନଦୋରା,ତଳସେମ୍ବି,ଧୂଳିପଦର ନାରେଡିୱାଲସା ଇତ୍ୟାଦି ଗ୍ରାମରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ସମାଜ କଲ୍ୟାଣ ଯୋଜନାର ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଇଥିଲେ । ଆନ୍ଧ୍ର ଅଧିକାରୀ ଓ କର୍ମଚାରୀ ବିଭିନ୍ନ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରଛାତ୍ରୀ ମାନଙ୍କ ପିତାମାତାଙ୍କୁ ନେଇ ବୈଠକ ଆୟୋଜନ କରିବା ସହ ଆନ୍ଧ୍ର ପ୍ରଦେଶ ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାର ଲାଭ ଉଠାଇବାକୁ ପ୍ରବର୍ତାଇଥିବା ଜଣା ପଡିଛି ।ଏହି କାର୍ଯ୍ୟକ୍ରମ ୭ ଦିନ ଚାଲିବ ବୋଲି ଜଣାପଡିଛି ।କୋଟିଆର ଗଞେଇପଦରରେ ଏକ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଫୁଲ କୁମାର ପାଙ୍ଗି ଉପସ୍ଥିତ ରହିଥିବା ବେଳେ କୋଟିଆରେ ଆନ୍ଧ୍ରର ପୁନର୍ବାର ଅନୁପ୍ରବେଶ ଘଟଣା ସମ୍ପର୍କରେ ତାଙ୍କ ନିକଟରେ ସେପରି କୌଣସି ସୂଚନା ନଥିବା କୋରାପୁଟଠାରେ ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶ କହିଛନ୍ତି । ସୂଚନା ଥାଉକି, ଗତବର୍ଷ ଜାନୁଆରୀ ୯ତାରିଖରେ ତତକାଳୀନ ବିଜୟନଗରମ ଜିଲାପାଳ ବିବେକ୍ ଯାଦବ ବିଭିନ୍ନ ଲାଇନ ବିଭାଗ ଅଧିକାରୀ ମାନଙ୍କ ସହ କୋଟିଆ ପଂଚାୟତର ତଳଗଂଜେଇପଦର ଗ୍ରାମରେ ପହଂଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଗାଁରେ ଥିବା ଏକ ପାଣି ଟାଙ୍କି,ଅଙ୍ଗନୱାଡି ଗୃହ, ଅନ୍ୟାନ୍ୟ ସରକାରୀ ଗୃହ ଓ ଗ୍ରାମରେ ତେଲଗୁ ଭାଷାରେ ଲିଖିତ ଆନ୍ଦ୍ର ପ୍ରଦେଶ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କର୍ରେ ସଚେତନ କରାଇଥିଲେ । ଜିଲାପାଳ ସେତେବେଳେ କେତେକ ଲୋକଙ୍କୁ ଏକ ହଜାର ଟଙ୍କା ଲେଖାଏ ବାର୍ଦ୍ଧକ୍ୟ,ବିଧବା ଭତା ପ୍ରଦାନ ସହ କମ୍ବଳ,ସୋଲାର ଲାଇଟି ବାଂଟିଥିଲେ । ଏହି ଖବର ପ୍ରସାଚ ପ୍ରସାର ହେବା ପରେ ଓଡିଶା ସରକାର ଓ ଜିଲା ପ୍ରଶାସନ ତତ୍ପରତା ଦେଖାଇ କୋଟିଆର ବିକାଶ ନିମନ୍ତେ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରି କୋଟିଆବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ଚଲାଇଥିବାରୁ ରାଜ୍ୟ ସରକାର କଡା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।