Odiapua.com

କୋଟିଆଠାରେ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ ଜିଲ୍ଲାପାଳ

କୋରାପୁଟ ୩୧-୦୧(ଓଡିଅ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆରେ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ  ସଂପୂର୍ଣ୍ଣ କାର୍ଯ୍ୟର ଆସନ୍ତା ୫ ତାରିଖ ଦିନ ଭିଡିଓ କନଫେରେନ୍ସ ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ରବିବାର ଦିନ କୋଟିଆଠାରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ ।ଏହି ସମୀକ୍ଷା ବୈଠକରେ କୋରାପୁଟ ଏସପି ବରୁଣ  ଗୁଣ୍ଠୁପାଲି.ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , ଡେପୁଟି କଲେକ୍ଟର ଅର୍ଜନା ଦାସ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ , ସତ୍ୟ ନାରାୟଣ ପ୍ରଧାନ ,ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ  , ସରପଂଚ ବିଶ୍ୱନାଥ ଗେମେଲ ,ବିଡିଓ ମୋନାଲିସା ଦେବତା ,ତହସିଲଦାର ହରିପଦ ମଣ୍ଡଳ , ସୁନାବେଡା ଏସଡିପିଓ ନିରଞନ ବେହେରା , ମେଡିକାଲ ଅଫିସର ଭାଗବତ ମୁର୍ମୁ ଉପସ୍ଥିତ ଥିଲେ । ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରଘୁରାମ ପଡାଲ , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ପ୍ରମୁଖ କୋଟିଆ ଯାଇ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହ ଆଲୋଚନା କରିବା ପରେ ସଂପୂର୍ଣ୍ଣ ହୋଇ ଗୃହଗୁଡିକ ପରିଦର୍ଶନ କରିଥିଲେ । ସୂଚନା ଯୋଗ୍ୟ ଯେ କୋଟିଆରେ ଆନ୍ଧ୍ର ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ କରିବା ଗଣମାଧ୍ୟମରେ ପ୍ରକାଶ ପାଇବା  ପରେରାଜ୍ୟ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲେ । ଉକ୍ତ କମିଟିର ସଦସ୍ୟମାନେ କୋଟିଆ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବା ପରେ  ରାଜ୍ୟ ସରକାର ୧୫୦ କୋଟି ଟଙ୍କାର ଅନୁଦାନ ଦେଇଥିଲେ ।୧୦ ଶର୍ଯ୍ୟା ବିଶିଷ୍ଠ ମେଡିକାଲ ଗୃହ ,କ୍ଲଷ୍ଟର ଗୃହ ,ଗଞେଇପଦରଠାରେ ୧୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲ  ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଥାନା ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି ।