Odiapua.com

କୋଟପାଡ ବ୍ଲକରେ ୮୫.୭୨ ,ନାରାୟଣପାଟଣା ବ୍ଲକରେ ୭୭.୨୬ ଓ ଦଶମନ୍ତପୁର ବ୍ଲକରେ ୮୫.୪୧ ପ୍ରତିଶତ ମତଦାନ

କୋରାପୁଟ ୨୨-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ  ୪ର୍ଥ ପର୍ଯ୍ୟାୟ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି ।ଜିଲ୍ଲାର କୋଟପାଡ ,ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକରେ ଭୋଟ ଗ୍ରହଣ କରାଯାଇଥିଲା ।ଭୋଟର ମାନେ ସକାଳୁ ସକାଳୁ ଭୋଟ କେନ୍ଦ୍ରକୁ ଆସି  ମତଦାନ କରୁଥିବା ନଜର କରାଯାଇଥିଲା ।ବିଶେଷ କରି ମହିଳା ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ କରାଯାଇଥିଲା ।କୋଟପାଡ ବ୍ଲକରେ ସର୍ବାଧିକ ୮୫.୭୨ ପ୍ରତିଶତ ମତଦାନ ହୋଇଥିଲା ।୨୭୨୨୫ ଜଣ ପୁରୁଷ ଭୋଟର ମତଦାନ କରିଥିବା ବେଳେ ୨୮୩୮୦ ଜଣ ମହିଳା ଭୋଟର ମତଦାନ କରିଥିଲେ ।କୋଟପାଡ ବ୍ଲକର ସମୁଦାୟ ୬୨୬୬୯ ଭୋଟରଙ୍କ  ମଧ୍ୟରୁ ୫୫୬୩୫ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ ।ଦଶମନ୍ତପୁର ବ୍ଲକରେ ୮୫.୪୧ ପ୍ରତିଶତ ମତଦାନ ହୋଇଥିଲା ।ବ୍ଲକର ୫୩୩୯୭ଜଣ ଭୋଟରଙ୍କ ମଧ୍ୟରୁ ୪୫୬୧୧ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ । ନାରାୟଣପାଟଣା ବ୍ଲକରେ  ୭୭.୨୬ ପ୍ରତିଶତ ମତଦାନ ହୋଇଥିଲା ।ନାରାୟଣପାଟଣା ବ୍ଲକର ସମୁଦାୟ ୩୦୩୭୬ଜଣ ଭୋଟରଙ୍କ  ମଧ୍ୟରୁ ୨୩୪୬୮ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ ।ଜିଲ୍ଲାରେ  ୮୨.୮୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।
ଆସନ୍ତା ୨୪ ତାରିଖ ଦିନ ୫ମ ତଥା ଶେଷ ପର୍ଯ୍ୟାୟ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗ୍ରହଣ କରାଯିବ ।କୋରାପୁଟ ଜିଲ୍ଲାର ଲମତାପୁଟ ଓ ବୈପାରୀଗୁଡା ବ୍ଲକରେ ଭୋଟଗ୍ରହଣ କରାଯିବ । ବୈପାରୀଗୁଡା  ଓ ଲମତାପୁଟ ବ୍ଲକର ୨ ଟି ଲେଖାଏଁ ଜିଲ୍ଲା ପରିଷଦ ଜୋନ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ ।୧ ଲକ୍ଷ ୧୦ ହଜାର ୯୮୫ ଜଣ ଭୋଟର  ୧୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।ଲମତାପୁଟ ଓ ବୈପାରୀଗୁଡା ବ୍ଲକ ନକ୍ସଲ ପ୍ରଭାବିତ ଅଂଚଳ ହୋଇଥିବା କାରଣରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଜଣାପଡିଛି ।ଦୁଇଟି ବ୍ଲକରେ ୪୨୦ ବୁଥ ରହିଥିବା ବେଳେ ୧୯୯ ବୁଥ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିବା ଜଣାପଡିଛି ।