Odiapua.com

କୋଟପାଡ ବିଧାୟିକା ପଦ୍ମିନୀ ଦିଆନ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ

କୋରାପୁଟ ୨୮-୦୫ (ଓଡିଆ ପୁଅ /ରଂଜନ କୁମାର ଦାସ) ଆସନ୍ତାକାଲି ବିଜେଡି ସଭାପତି ତଥା ବିଜେଡି ଦଳର ନେତା ନବୀନ ପଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ଓ କୋରାପୁଟ ଜିଲ୍ଲାର କୋଟପାଡ ବିଧାୟିକା ପଦ୍ମିନୀ ଦିଆନ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ବୋଲି ଜଣାପଡିଛି।ଆଜି ତାଙ୍କୁ ଫୋନ କଲ ଆସିଥିବା ଜଣାପଡିଛି।କୋରାପୁଟ ଜିଲ୍ଲାର ୪ ଟି ବିଜେଡି ବିଧାୟକ ନିର୍ବାଚନରେ ନିର୍ବାଚିତ ହୋଇଥିଲେ।ସେଥିମଧ୍ୟରୁ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଲୀରେ ପ୍ରଥମଥର ପାଇଁ ପ୍ରତିଦ୍ୱନ୍ଦିତା କରି କୁହାଯାଉଥିବା କଂଗ୍ରେସ ଗଡକୁ ଭେଦ କରିବାରେ ସକ୍ଷମ ହୋଇପାରିଛନ୍ତି। କଂଗ୍ରେସର ପ୍ରାର୍ଥି ଚନ୍ଦ୍ରଶେଖର ମାଝିଙ୍କୁ ୨୬୩୧ ଟି ଭୋଟରେ ସେ ପରାଜିତ କରିଥିଲେ।ଗତ ମନ୍ତ୍ରୀମଣ୍ଡଳରେ କୋରାପୁଟ ଜିଲ୍ଲାର କେହି ହେଲେ ବି ମନ୍ତ୍ରୀ ହୋଇ ନ ଥିଲେ।ଏଥର ମନ୍ତ୍ରୀମଣ୍ଡଳରେ ଜଣେ ମହିଳା ପ୍ରାର୍ଥିଙ୍କୁ ନବୀନ ପଟନାୟକ ସାମିଲ କରୁଥିବାରୁ କୋରାପୁଟ ଜିଲ୍ଲାବାସୀ ଶ୍ରୀ ପଟନାୟକଙ୍କୁ ଧନ୍ୟବାଦ ଜଣେଇଛନ୍ତି।କୋରାପୁଟ ଜିଲ୍ଲାରୁ ପଦ୍ମନୀ ମନ୍ତ୍ରୀମଣ୍ଡଳରେ ସାମିଲ ହେଉଥିବା ଖବର ପ୍ରଚାର ହେବା ପରେ ବିଜେଡି ଶିବିର ତଥା କୋରାପୁଟ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।