କୋରାପୁଟ ୧୮-୦୭(ଓଡିଆ ପୁଅ /ରଂଜନ ଦାସ) କୋଟପାଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁନ୍ଦ୍ରା ବ୍ଲକର ମସିଗାଁ ,ଦିଗାପୁର ଓ ଘୁମର ପଂଚାୟତକୁ ନେଇ ଦିଗାପୁରଠାରେ ଜୀବନବିନ୍ଦୁ(ଓଡିଶା ମୋ ପରିବାର) ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେକଟକ ସଦର ବିଧାୟକ ତଥା କୋରାପୁଟ ଓ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥି ବେହେରା,କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ,କୋଟପାଡ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ମୁନା ରଥ ,ପୂର୍ବତନ ବିଧାୟକ ତଥା ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ପାଙ୍ଗୀ ,ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।କୁନ୍ଦ୍ରା ବିଜେଡି ସଭାପତି ବୃନ୍ଦାବନ ମଲ୍ଲିକ ଯୋଗଦେଇ ପରିଚାଳନା କରିଥିବା ବେଳେ ଓଡିଶା ମୋ ପରିବାର ହେଲ୍ପ ଡେସ୍କ ସଂଯୋଜକ ବୈକୁଣ୍ଠ ମଣ୍ଡଳ ଏବଂ ମସିଗାଁ ,ଦିଗାପୁର ଓ ଘୁମର ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ସମୁଦାୟ ୪୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ରକ୍ତଦାତାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ବୃକ୍ଷଚାରା ପ୍ରଦାନ କରାଯାଇଥିଲା ।