Odiapua.com

କେରଳ ବନ୍ୟା ପ୍ରପୀଡିତଙ୍କୁ ଅଟୋ ଏସୋସିଏସନର ସହାୟତା

କୋରାପୁଟ ; ତା୦୬-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସେମିଲିଗୁଡା ସ୍ଥିତ ଦେଓମାଳି ଅଟୋରିକ୍ସା ଏସୋସିଏସନ ପକ୍ଷରୁ କେରଳ ବନ୍ୟା ପ୍ରପୀଡିତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏସୋସିଏସନ୍ ପକ୍ଷରୁ କେରଳ ସରକାରଙ୍କ ଉଦେ୍ଦଶ୍ୟରେ ୧୦ ହଜାର ୫ଟଙ୍କା ପ୍ରଦାନ କରାଯାଇଛି । ଏସୋସିଏସନ ସଭାପତି ଲାଲଚାନ୍ଦ୍ ବେନ୍ୟା,ସମ୍ପାଦକ ଜୋଶେଫ୍ ହନ୍ତାଳ,କୋଷାଧ୍ୟକ୍ଷ ପ୍ରଦୀପ ଖୋସ୍ଲା,ଉପ-ସଭାପତି କମୋଳ ଲୋଚନ ,ଲଛମନ ମଣ୍ଡଳ,ଅଜିତ ଟାକ୍ରୀ ଓ ସୋନା ସଡାପେଲି ପ୍ରମୁଖ ଜିଲା ଜରୁରୀ କାଳୀନ ଅଧିକାରୀ ଦେବବ୍ରତ କରାତିଙ୍କୁ ସହାୟତା ରାଶିର ଡ୍ରାଫ୍ଟ ପ୍ରଦାନ କରିଥିଲେ ।