Odiapua.com

କେରଳ ବନ୍ୟା ପ୍ରପୀଡିତଙ୍କୁ ମୁସଲୀମ୍ ୟୁଥ୍ ଏସୋସିଏସନର ସହାୟତା

କୋରାପୁଟ;ତା୧୩-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହରର ସୁନୀ ମୁସଲିମ୍ ୟୁଥ୍ ଏସୋସିଏସନ ଦ୍ୱାରା କେରଳ ବନ୍ୟା ପ୍ରପୀଡିତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇଛି। ଏସୋସିଏସନ୍ ପକ୍ଷରୁ କେରଳ ସରକାରଙ୍କ ଉଦ୍ଦେଶ୍ୟରେ ୬୦ ହଜାର ଟଙ୍କା ପ୍ରଦାନ କରା ଯାଇଛି। କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଜମାଖାତା ନମ୍ବରରେ ଟଙ୍କା ପୈଠ କରା ଯାଇ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିଙ୍କୁ ଟଙ୍କା ଜମାର ରସିଦ ପ୍ରଦାନ କରିଥିଲେ। ସୁନୀ ମୁସଲିମ୍ ୟୁଥ୍ ଏସୋସିଏସନ ସଭାପତି ଶେକ୍ ରୋଶନ୍, ସାଧାରଣ ସମ୍ପାଦକ ଏସ.କେ.ଆଲ୍ଲୀ, ଉପ-ସଭାପତି ଏସ.କେ.ମାଦିନା, ସଦସ୍ୟ ଏସ.କେ.ଅଫତାବ୍, ଏସ.କେ.କାସୀମ୍, କୁଦରତ୍ ଖାନ୍, ମୁସ୍ତାକିମ୍, ଅବଦୁଲ୍ ଜିଲାନି ଓ ମହମ୍ମଦ ଫିରୋଜ ପ୍ରମୁଖ ଜିଲାପାଳଙ୍କୁ ଜମା ରସିଦ ପ୍ରଦାନ କରିଥିଲେ।