Odiapua.com

କେନ୍ଦ୍ର ସରକାରଙ୍କ କୃଷି ବିଲ ଓ ନାରାୟଣପାଟଣା ବ୍ଲକର ବିଭିନ୍ନ ବିଭାଗର ଦୁର୍ନୀତିକୁ ବିରୋଧ କରି ସିପିଆଇ (ଏମ. ଏଲ)ରେଡ଼ ଷ୍ଟାର ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ

କୋରପୁଟ : ୩୦/୯ (ଓଡିଆ ପୁଅ/ଅଭିନାଶ ଜାନାମ) ଜିଲାର ନାରାୟଣ ପାଟଣା ବ୍ଲକ ରବିଭିନ୍ନ ବିଭାଗର ଦୁର୍ନୀତି ଓ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ସିପିଆଇ (ଏମ.ଏଲ) ରେଡ଼ ଷ୍ଟାର ପକ୍ଷରୁ ନାରାୟଣ ପାଟଣା ଠାରେ ପ୍ଲା କାର୍ଡ ଧରି ଶାନ୍ତି ପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନକରିଥିବା ବେଳେ କୋରପୁଟ ଶାଖା ସମ୍ପାଦକ ବିବେକ ରଞ୍ଜନ ନେତୃତ୍ୱରେ ଶତାଧିକ ସମର୍ଥକ ବିଭିନ୍ନ ପ୍ଲା କାର୍ଡ ଧରି ନାରାୟଣ ପାଟଣା ମୁଖ୍ୟ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ତେବେ ଅନ୍ୟ ପକ୍ଷରେ ନାରାୟଣ ପାଟଣା ବ୍ଲକର ଗ୍ରାମ ରୋଜଗାର ସେବକ, କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ମନମୁଖୀ ଶାସନ ଓ ପିସି କାରବାର ବନ୍ଦ କରିବା ସହ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଭୂମିହୀନ ମାନଙ୍କୁ ଜମି ଯୋଗାଇ ଦେବା ଓ ଖଣି ବିସ୍ଥାପନ କରିବା ସହ ବିଷାକ୍ତ ମଦ ବ୍ୟବସାୟ ରୋକିବା ସି. ଏସ. ଆର ପାଣ୍ଟି ଦୁର୍ନୀତି କୁ ବିରୋଧ କରି ପ୍ରାଇଭେଟ ମଣ୍ଡି କୁ ବନ୍ଦ କରିବା ଦାବି ନେଇ ପ୍ଲା କାର୍ଡ ମାଧ୍ୟମରେ ଦର୍ଶାଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ନେଇ କୋରପୁଟ ଜିଲ୍ଲା ର ସିପିଆଇ(ଏମ. ଏଲ) ଶାଖା ସମ୍ପାଦକ ବିବେକ ରଞ୍ଜନ ସୂଚନା ଦେଇଛନ୍ତି।