Odiapua.com

କେନ୍ଦ୍ର ପାନୀୟ ଜଳ ଓ ପରିମଳ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା

କୋରାପୁଟ ; ତା୦୭-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କେନ୍ଦ୍ର ପାନୀୟ ଜଳ ଓ ପରିମଳ ସଚିବ ପରମେଶ୍ୱରନ ଆୟାର ଆଜି କ୍ଷେତ୍ର ପରିଦର୍ଶନ କରିବା ସହ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଥିଲେ ବୋଲି ଜଣାପଡିଛି। ସେ ପଟ୍ଟାଙ୍ଗୀ ବ୍ଲକର ପନସାନଗୁଡା ଓ ସାଖିରାଇ ଗ୍ରାମକୁ ଯାଇ ସ୍ୱଛଭାରତ ଅଭିଯାନରେ ନିର୍ମାଣ କରାଯାଇଥିବା ପାଇଖାନା ଦେଖିବା ସହ ହିତାଧିକାରୀମାନଙ୍କ ଆଲୋଚନା କରି ଖୁସି ପ୍ରକଟ କରିଥିଲେ ବୋଲି ଜଣାପଡିଛି।କ୍ଷେତ୍ର ପରିଦର୍ଶନ ବେଳେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି,  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏମ.ଏ.ଅଖତାର,  ବିଡିଓ କରୁଣାକର ପ୍ରଧାନ ଏବଂ ଜିଲ୍ଲା ଜଳ ଓ ପରିମଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ଏହାପରେ ସେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାର ସମସ୍ତ ବିଡିଓ ଏବଂ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାରେ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରିଥିଲେ।ସ୍ୱଛଭାରତ ଅଭିଯାନ ଉପରେ ସେ ଗୁରୁତ୍ୱ ଦେବା ସହ ପାଇଖାନା ଯେପରି ସମସ୍ତେ ବ୍ୟବହାର କରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି,  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏମ.ଏ.ଅଖତାର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।