Odiapua.com

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ : ଜଳ ସଂରକ୍ଷଣ ଓ ଜଳ ବିଭାଜିକା ପରିଚାଳନା ସଂପର୍କିତ ପାଠଚକ୍ର

କୋରାପୁଟ ୦୭-୦୯-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁନାବେଡା କ୍ୟାମ୍ପସ ସଭାଗୃହଠାରେ ଜଳ ସଂରକ୍ଷଣ ଓ ଜଳବିଭାଜିକା ପରିଚାଳନା ସଂପର୍କିତ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରତ କୁମାର ପାଳିତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଭାରତରେ ପ୍ରଚୁର ଭାବେ ଜଳ ମହଜୁଦ ରହିଛି କିନ୍ତୁ ଭୌଗଳିକ ଦୃଷ୍ଟିକୋଣରୁ ସମାନଭାବରେ ବିତରଣ ହୋଇ ନ ଥିବା ପ୍ରଫେସର ପାଳିତ ପ୍ରକାଶ କରିଥିଲେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା ପର୍ବତରୁ ଆସୁଥିବା ଜଳକୁ ସଂରକ୍ଷଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସୁନାବେଡା ଆସିଏଆରର ବରିଷ୍ଠ ବୈଜ୍ଞାନିକ ଡା. ପି.ପି.ଅଧିକାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ବର୍ଷାଜଳ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ମାଲାକନଗିରି ଜିଲ୍ଲାରେ ଚାଷୀମାନେ ଆବର୍ଜନା ଜଳକୁ ସଂରକ୍ଷିତ କରି ମତ୍ସଚାଷ କରିଥାନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ। ଅବିଭିକ୍ତ କୋରାପୁଟ ଜିଲ୍ଲା ଜଳସମୃଦ୍ଧ ଅଟେ କିନ୍ତୁ ଉଚିତ ରୂପେ ଜଳ ସଂରକ୍ଷଣ କରିବାକୁ ସେ ଆହ୍ୱାନ ଦେଇଥିଲେ। ସହାୟକ ପ୍ରଫେସର ଡା ସୌରଭ ଗୁପ୍ତା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଆସୋସିଏଟ ଡିନ ଡା.ଆର.ପରହି ଧନ୍ୟବାଦ ଅର୍ପଣ କରିଥିଲେ।