Odiapua.com

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ କୋରାପୁଟ ଗସ୍ତ

କୋରାପୁଟ ୧୯-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ)କେନ୍ଦ୍ର ପଶୁ ପାଳନ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ପାଳନ ଓ ଏମଏସଏମଇ ବିଭାଗ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କୋରାପୁଟ ଜିଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶୀ ଷଡଙ୍ଗି ଗୁରୁବାର ପୂର୍ବାନ୍ନରେ ବିଶାଖାପାଟଣାରୁ ସଡକ ପଥରେ ଆସି ପଟ୍ଟାଙ୍ଗୀରେ ପହଂଚିବା ପରେ ସ୍ଥାନୀୟ ଭାଜପା କର୍ମୀ ଓ ଜିଲା ସ୍ତରୀୟ ନେତା ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ପରେ ସେ ପଟ୍ଟାଙ୍ଗୀ ଉଚ୍ଚ ବିଦ୍ୟାଳୟକୁ ଯାଇ ଚାରା ରୋପଣ କରିବା ସହ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟରେ ରୋଗୀ ମାନଙ୍କୁ ଫଳ, ବିସ୍କୁଟ ବଂଟନ କରିଥିଲେ। ପଟ୍ଟାଙ୍ଗୀରେ କାର୍ଯ୍ୟକ୍ରମ ସାରି କେନ୍ଦ୍ରମନ୍ତ୍ରୀ କୁନ୍ଦୁଲି ହାଟପଦାରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ବାସଭବନରେ କିଛି ସମୟ ବିତାଇବା ପରେ ଗୁରୁକୁଳ ଆଶମ୍ରକୁ ଯାଇଥିଲେ। ଗୁରୁକୁଳ ଆଶ୍ରମରେ ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଗୋ ପୂଜନ, ହୋମ ଯଜ୍ଞରେ ଅଂଶ ଗ୍ରହଣ କରିବା ସହ ଛାତ୍ରମାନଙ୍କୁ ପ୍ରବଚନ ମାଧ୍ୟମରେ ବିଭିନ୍ନ ନୀତିବାଣୀ ଶୁଣାଇଅିଲେ। ଗୁରୁକୁଳ ଆଶ୍ରମରୁ ବାହାରି ମନ୍ତ୍ରୀ ସୁନାବେଡା ମହିଳା ମହାବିଦ୍ୟାଳୟକୁ ଯାଇଥିଲେ। ସୁନାବେଡା ମହିଳା ମହାବିଦ୍ୟାଳୟରେ ମନ୍ତ୍ରୀ ଛାତ୍ରୀ ମାନଙ୍କୁ ପ୍ଲାଷ୍ଟିକ ବ୍ୟବହାରର ଭୟାବହତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ପଲିଥିନ ଏବଂ ପ୍ଲାଷ୍ଟିକ ବର୍ଜନ କରିବାକୁ ଶପଥ ପାଠ କରାଇଥିଲେ। ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଦାମନଯୋଡିରେ ପହଂଚି ମଧ୍ୟାହ୍ନ ଭୋଜନ ପରେ ନାଲକୋରେ ଏକ ସମୀକ୍ଷା ବୈଠକ କରିଥିଲେ। ମନ୍ତ୍ରୀ ଶ୍ରୀ ଷଡଙ୍ଗୀଙ୍କ ସମସ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ବିଜେପି ଜିଲା ସଭାପତି ବିଜୟ ମିଶ୍ର, ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗି, ବିଜେପି ନେତା କର୍ପୂର ହନ୍ତାଳ, ବଳରାମ ବାରିକ, ଅକ୍ଷୟ ସାହୁ, ସୁମନ୍ତ ପ୍ରଧାନ, ଦେବେନ୍ଦ୍ର ବାହିନୀପତି, ତ୍ରିପୁରାରୀ ଗରଡା, ଜୟରାମ ଗରଡା, ମହିଳା ମୋର୍ଚ୍ଚାର ବି.ଶ୍ରୀଦେବୀ, ବଳରାମ ଚୋପାଡି ପ୍ରମୁଖ ଉପସ୍ଥିତ ଥିଲେ।