Odiapua.com

କେନ୍ଦୁଗୁଡାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର , ସମୁଦାୟ ୩୪ ୟୁନିଟ ରକ୍ତ ସଂଗ୍ରହ

କୋରାପୁଟ ୨୭-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର କୁନ୍ଦ୍ରା ବ୍ଲକ ଅନ୍ତର୍ଗତ କେରମେଟି ପଂଚାୟତର କେନ୍ଦୁଗୁଡାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ନବରଙ୍ଗପୁର ସାସଂଦ ରମେଶ ଚନ୍ଦ୍ର ମାଝି ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇଥିଲେ ।ସମୁଦାୟ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି ଶିବିରରେ କୋରାପୁଟ ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ , ପୂର୍ବତନ ବିଧାୟକ ତଥା  ଓଡିଶା ମୋ ପରିବାର କୋରାପୁଟ  ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ  କୁମାର ପାଙ୍ଗୀ , କୁନ୍ଦ୍ରା ପର୍ଯ୍ୟବେକ୍ଷକ  ବୈକୁଣ୍ଠ ମଣ୍ଡଳ  , କୁନ୍ଦ୍ରା ବ୍ଲକ ସଭାପତି ବୃନ୍ଦାବନ ମ୍ଲଲ୍ଲିକ  ପ୍ରମୁଖ ଯୋଗଦେଇଥିଲେ ।କେରମେଟି ପଂଚାୟତ ସଭାପତି ଭଜମନ ସାନ୍ତା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।