Odiapua.com

କୂଅରେ ପଡି ୫ ବର୍ଷର ଶିଶୁପୁତ୍ର ମୃତ

କୋରାପୁଟ ; ତା୨୬-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସଦର ଥାନା ଅନ୍ତର୍ଗତ ତଳଜାନିଗୁଡାରେ ଏକ ଦୁଃଖଦ ଘଟଣାରେ ୫ ବର୍ଷର ଶିଶୁପୁତ୍ର କୂଅରେ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି ।ତଲଜାନିଗୁଡାର ସଦା ଜାନିଙ୍କ ୫ ବର୍ଷର ପୁତ୍ର କେ .କେ.ଜାନି ଘର ନିକଟରେ ଥିବା ଏକ କୂଅ ମଧ୍ୟରେ ପଡିଯାଇ ପାଣିରେ ବୁଡିଯାଇଥିଲା ।ପରିବାର ଲୋକେ କୂଅରୁ ଉଦ୍ଧାର କରି କୋରାପୁଟ ହସପିଟାଲ ଆଣିଥିଲେ ।କିନ୍ତୁ କୋରାପୁଟରେ ଡାକ୍ତର ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ ।କୋରାପୁଟଠାରେ ମୃତଦେହ ବ୍ୟବଛେଦ କରାଯାଇ ପରିବାରବର୍ଗଙ୍କୁ ସଦର ପୋଲିସ ହସ୍ତାନ୍ତର କରିଥିଲେ ବୋଲି ଜଣାପଡିଛି ।