Odiapua.com

କୁଜମ ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି

କୋରାପୁଟ ୨୬-୦୭(ଓଡିଆ ପୁଅ /ରଂଜନ ଦାସ)ଲମତାପୁଟ ବ୍ଲକ ଅନ୍ତର୍ଗତ ଚିକେନପୁଟ ପଂଚାୟତର କୁଜମ ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।ରାସ୍ତା ନ ଥିବାରୁ ଅନେକ ଅସୁବିଧା ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ଏମଡିଆର ରୋଡ ଠାରୁ କୁଜମ ଭାୟା ଗନେଲ ମାତ୍ର ୭କିମି ପକ୍କା ରାସ୍ତା କରିବାକୁ ସରକାର ଅନୁମୋଦନ କରିବା ସତ୍ୱେ କାହିଁକି କରାଯାଉ ନାହିଁ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି ।ଗ୍ରାମବାସୀମାନେ କୋରାପୁଟକୁ ଆସି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ ଦାବିପତ୍ର ଦେଇଛନ୍ତି ।ଦାବିପତ୍ର ପ୍ରଦାନ ବେଳେ ସୁନାଧର ମୁଦୁଲି ,ବଳଭଦ୍ର ମୁଦୁଲି , ସମନାଥ ମୁଦୁଲି ଓ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ ।