Odiapua.com

କୁଅରୁ ମହିଳାଙ୍କ ମୃତଦେହ ଉଦ୍ଧାର

କୋରାପୁଟ ୨୨-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) ସେମିଲିଗୁଡା ଥାନା ଚୋରିମାଳିଗୁଡା ଗ୍ରାମର ଏକ କୁଅରୁ ସଂଯୁକ୍ତା ନାୟକ (୩୦) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମିଲିଗୁଡା ପୁଲିସ୍ ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ସୂଚନା ଅନୁଯାୟୀ, ଚୋରିମାଳିଗୁଡା ଗ୍ରାମର ପଦ୍ମନ ନାୟକଙ୍କ ପତ୍ନୀ ସଂଯୁକ୍ତା ନାୟକ ତିନିଦିନ ତଳେ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ। ସଂଯୁକ୍ତାଙ୍କ ନିଖୋଜ ସମ୍ପର୍କରେ ପଦ୍ମନ ସେମିଲିଗୁଡା ଥାନାରେ ଏତେଲା ଦେଇଥିଲେ। ସୋମବାର ସକାଳେ ଗ୍ରାମର ଏକ କୁଅରେ ସଂଯୁକ୍ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସଂଯୁକ୍ତା ତିନୋଟି ଛୁଆର ମା’ ହୋଇଥିବାବେଳେ ସେ କାହିଁକି ଆତ୍ମହତ୍ୟା କଲେ କିମ୍ବା ତାଙ୍କ ମୃତ୍ୟୁର ପ୍ରକୃତ କାରଣ କଣ ହୋଇ ପାରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।