Odiapua.com

କାଳବୈଶାଖୀର ପ୍ରଭାବ ;୨୦ ବର୍ଷ ପୁରୁଣା କୋରାପୁଟ ପୈାରପରିଷଦ ବ୍ୟାୟାମଶାଳାର ଟିଣ ଉଡେଇନେଲା

କୋରାପୁଟ ୨୯-୦୪-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହରରେ ଆଜି ଅପାରହ୍ନରେ କାଳବୈଶାଖୀର ପ୍ରବଳ ବର୍ଷା ଓ ପବନ ୧ ଘ. ୩୦ ମିନିଟ ହେବାଦ୍ୱାରା ଅନେକ କ୍ଷୟକ୍ଷତି ହୋଇଛି।କିନ୍ତୁ ସବୁଠାରୁ ବେଶୀ ୨୦ ବର୍ଷ ପୂରୂଣା ପୈାରପରିଷଦ ବ୍ୟାୟାମଶାଳାର ହୋଇଛି। ଘଡଘଡି, କୂଆପଥର ବୃଷ୍ଟି ଓ ପ୍ରବଳ ବର୍ଷା ପରେ ପରେ ପ୍ରବଳ ବେଗରେ ପବନ ଆସି ମୁଖ୍ୟ ଗୃହର ଟିଣ ସବୁ ଉଡେଇନେବା ସହ ଅନେକ ଦୂରରେ ପଡିଥିବା ଦେଖାଦେଇଥିଲା।ଉକ୍ତ ଗୃହରେ ବ୍ୟାୟାମ ନିମନ୍ତେ ରହିଥିବା ସରଞାମ ସବୁ ଇତଃସ୍ତତଃ ଭାବରେ ପଡିଥିବା ଦେଖିବାକୁ ମିଳିଥିଲା।ଏ ଖବର ମିଳିବା ପରେ ଜିମନାଜିମର ସଭାପତି ଭବାନୀ ଶଙ୍କର ମିଶ୍ର ଓ ସଦସ୍ୟମାନେ ଆସିବା ସହ ପୈାର ଅଧିକାରୀ ଗୈାରଚନ୍ଦ୍ର ପଟନାୟକ ଆସି ଦେଖିଥିଲେ।ଏବେ ନିର୍ବାଚନ ଗଣତି ଥିବାରୁ ମେ ମାସ ୨୯ ତାରିଖପରେ କରାଯିବ ବୋଲି ପ୍ରକାଶ କରିଥିଲେ ବୋଲି ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଥିଲେ।ସଦସ୍ୟମାନେ ପ୍ରତ୍ୟେକଦିନ ସକାଳ ଓ ସଂଧ୍ୟାରେ ଆସି ବ୍ୟାୟାମନ କରିଥାନ୍ତି କିନ୍ତୁ ଟିଣ ଓ ଜିନିଷପତ୍ର ସବୁ ଉଡିଯାଇଥିବାରୁ ତୁରନ୍ତ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବ୍ୟାୟାମଶାଳାର କ୍ଷୟକ୍ଷତି ସଂପର୍କରେ ଆସନ୍ତାକାଲି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କୁ ଭେଟି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ସଦସ୍ୟମାନେ ନିବେଦନ କରିବେ ବୋଲି ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଥିଲେ।