Odiapua.com

କାର ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇ ଯୁବକ ମୃତ

କୋରାପୁଟ: ୫/୫ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ବାଡେଲ ଗ୍ରାମପଞ୍ଚାୟତର ଖମରା ଗ୍ରାମ ନିକଟର ରାସ୍ତା କଡ଼ରେ ଥିବା କାଜୁ ବଗିଚା ନିକଟରେ ସନ୍ଧ୍ୟା ୬ଟା୫୦ମିନିଟ ସମୟରେ କାର ଓ ସ୍କୁଟି ମୁହାଁମୁହିଁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସ୍କୁଟି ଚାଳକ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଖବର ଅନୁଯାୟୀ ବାଡେଲ ଗ୍ରାମପଞ୍ଚାୟତର ଆଡାଲ ପୁଟ ଗ୍ରାମର ସାଧୁ (୩୦) ଓ ତାଙ୍କର ବନ୍ଧୁ ଜଣକ ସହ ନିଶାଶକ୍ତ ଅବସ୍ଥାରେ ନିଜ ଗ୍ରାମ ଆଡ଼ଲପୁଟ ଗ୍ରାମକୁ ପେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କଳା ରଙ୍ଗର କାର ନମ୍ବର OD07T6233ଟି କୁ ଦ୍ରୁତ ଗତିରେ ସାମ୍ନା ପଟୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ପ୍ରତ୍ୟେକ୍ଷଦର୍ଶୀ କହିବା ଅନୁଯାୟୀ ମୃତ ଯୁବକ ଜଣକ ଟେଲରିଙ୍ଗ କାମ କରୁଥିବା ଜଣା ପଡିଛି। ମଦ୍ୟ ପାନ କରି ସ୍କୁଟିରେ ଘରକୁ ପେରିବା ସମୟରେ ଦୁର୍ଘଟଣାର ସମୁଖୀନ ହୋଇଥିଲା। ପ୍ରତ୍ୟେକ ମାନେ କହିଥିବା ଖବରୁ ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ପାଡ଼ୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ସ୍କୁଟିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦପାଇଁ ପାଡ଼ୁଆ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି।