Odiapua.com

କାର ଧକ୍କାରେ ବୃଦ୍ଧା ମୃତ

କୋରାପୁଟ ୧୭-୦୪-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ଭୂଦାନ କଲୋନୀ ନିକଟରେ ବୁଧବାର ସକାଳେ ଏକ କାର୍ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଜଣକ ରେଲିକୁମ୍ଭା ଗ୍ରାମର ମେରୀ ଭତ୍ରା(୭୫) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ମୃତ ମେରୀ ଆଜି ସକାଳେ ନିଜ ଗ୍ରାମରୁ କୋରାପୁଟ ଟାଉନକୁ ଭିକ୍ଷାବୃତି ନିମନ୍ତେ ଆସୁଥିଲା ଓ ରାସ୍ତା ପାର ହୋଇଥିବା ସମୟରେ ଭୂଦାନ କଲୋନୀ ନିକଟରେ ଓଡି-୧୦କେ ୧୧୩୩ ନମ୍ବର କାର ସହ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରି ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ମେରୀଙ୍କୁ ମୃତ ଘୋଷଣା କରିଥିଲେ। ଧକ୍କା ଦେଇଥିବା କାର୍ ସ୍ଥାନୀୟ ଏକ ହୋଟେଲ୍ ମାଲିକ କୃଷ୍ନ ଚନ୍ଦ୍ର ପାତ୍ରଙ୍କର ବୋଲି ଜଣା ପଡିଛି। ଟାଉନଥାନା ପୁଲିସ କାରଟିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି। ଗ୍ରାମର ଲୋକମାନେ କ୍ଷତିପୂରଣ ଦାବି କରିଥିଲେ ଓକ୍ଷତିପୂରଣ ବାବଦରେ ୪୦ ହଜାର ଟଙ୍କା ମିଳିବା ପରେ ଶବ ବ୍ୟବଛେଦ କରାଯାଇଥିଲା ଓ ଶବ ବ୍ୟବଛେଦ ପରେ ପୋଲିସ ମୃତଦେହକୁ ଗା୍ରମବାସୀଙ୍କୁ ପୋଲିସ ହସ୍ତାନ୍ତର କରିଥିଲେ।