Odiapua.com

କରୋନା ଭାଇରସର ଭୟ, ବ୍ରାହ୍ମଣୀପାଳ ବଜାରରେ ବିଦେଶୀଙ୍କୁ ଦେଖି ଭୟଭୀତ ଅବସ୍ଥାରେ ଜନସାଧାରଣ, ପୋଲିସ ତଦନ୍ତ ଜାରି

ହରିଚନ୍ଦନପୁର, ତା ୦୭ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ବଜାରରେ ଆଜି ସକାଳେ ଜଣେ ଫରେନର୍ ଚା ପିଉଥିବାର ଲୋକମାନେ ଦେଖିବାକୁ ପାଇଥିଲେ । କରୋନା ଭାଇରସକୁ ନେଇ ସମସ୍ତ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହି ବିଦେଶୀଙ୍କୁ ଦେଖି ଲୋକମାନଙ୍କ ମଧ୍ୟରେ କୋରନା ଭାଇରସ ଭୟର ଆତଙ୍କ ଖେଳିଯାଇଥିଲା । ଫଳରେ ସେଠାକାର ଲୋକମାନେ ଦୈତାରୀ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଦେଶୀଙ୍କୁ ଥାନାକୁ ନେଇ ଅଟକ ରଖିବା ସହ ପଚରା ଉଚରା ଜାରି ରଖିଛି । ଏଥିସହ ଉକ୍ତ ବିଦେଶୀଙ୍କ ଭିଷାର ଅବଧି ହାତ ଲେଖା ହୋଇଥିବାରୁ ଲୋକମାନଙ୍କ ମନରେ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଥିଲା । ବିଦେଶୀଙ୍କ ଠାରୁ ଅଧିକ ତଥ୍ଯ ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।