Odiapua.com

କରୋନା ପାଇଁ ଅପବାଦ ପରେ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍ ..

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ବିସ୍ତାର ପାଇଁ ବିଶ୍ୱର ଅନେକ ଦେଶ ଚାଇନାକୁ ଦାୟୀ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ବିଶ୍ୱର ଅନେକ ପ୍ରମୁଖ ଦେଶ ଚୀନ୍ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବେଜିଂ ଏକ ଆଭ୍ୟନ୍ତରୀଣ ରିପୋର୍ଟରେ ପ୍ରକାଶ କରିଛି ଯେ ଆଗାମୀ ସମୟରେ ଚୀନ୍ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହୋଇପାରେ। ତେଣୁ ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଉଚିତ୍।

ବେଜିଂରେ ପ୍ରସ୍ତୁତ ଏକ ରିପୋର୍ଟ ରାଷ୍ଟ୍ରପତି ସି ଜିନପିଂଙ୍ଗଙ୍କୁ ପ୍ରଦାନ କରାଯାଇଛି। ଏହି ରିପୋର୍ଟ ଉପସ୍ଥାପିତ ହୋଇଥିବା ସଭାରେ ଜିନପିଂଙ୍ଗ୍ ଏବଂ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ରିପୋର୍ଟରେ ଚାଇନା ସରକାରଙ୍କୁ ଚେତାଇ ଦିଆଯାଇଛି ଯେ ଏବେ କରୋନା ନେଇ ଚାଇନା ବିରୋଧରେ ବିଶ୍ଵ ସ୍ତରରେ ହେଉଥିବା ବିରୋଧ ୧୯୮୯ ମସିହା ତିଆନମାନ୍ ସ୍କୋୟାର୍ ପ୍ରଦର୍ଶନ ପରେ ସରକାରୀ କାର୍ଯ୍ୟାନୁଷ୍ଠାନ ପରେ ବିରୋଧ ଅପେକ୍ଷା ବହୁ ଗୁଣରେ ଅଧିକ ହୋଇପାରେ। ଆମେରିକା ନେତୃତ୍ୱାଧୀନ ଦେଶମାନଙ୍କ ସହିତ ଚୀନ୍ ବିରୋଧର ସମ୍ମୁଖୀନ ହୋଇପାରେ। ରୟଟର୍ସ ଏହି ରିପୋର୍ଟକୁ ପ୍ରକାଶ କରି କହିଛି ଯେ ଚୀନ୍ ସୁରକ୍ଷା ମନ୍ତ୍ରଣାଳୟ ଥିଙ୍କ୍ ଟ୍ୟାଙ୍କ୍ ‘ଚାଇନିଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ କଣ୍ଟେମ୍ପାର୍ଟାରୀ ଇଣ୍ଟରନ୍ୟାସନାଲ୍ ରିଲେସନ୍ସ’ (CICIR) ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

୧୯୮୯ର ଥିୟାନମେନ୍ ସ୍କୋୟାର ପ୍ରଦର୍ଶନ ଏବଂ ସରକାରୀ ହତ୍ୟାକାଣ୍ଡ –

୧୯୮୯ ମସିହାରେ ବେଜିଂର ତିଆନମାନ୍ ସ୍କୋୟାର୍ ଠାରେ ୧୦ ଲକ୍ଷରୁ ଅଧିକ ଛାତ୍ର ଓ ଶ୍ରମିକ ଏକତ୍ରିତ ହୋଇଥିଲେ। ଗଣତନ୍ତ୍ରର ସମର୍ଥନରେ ଏବଂ ବାମପନ୍ଥୀ ଏକଛତ୍ରବାଦୀ ଶାସନକୁ ସମାପ୍ତ କରିବାକୁ ସେମାନେ ସେଠାରେ ପ୍ରଦର୍ଶନ କରୁଥିଲେ। କିନ୍ତୁ, ଜୁନ୍ ୩ ରୁ ୪ ମଧ୍ୟରେ ଚୀନ୍‌ର ବାମପନ୍ଥୀ ଶାସକ ଉପସ୍ଥିତ ଲୋକଙ୍କ ଉପରକୁ ଗୁଳି ଚଳାଇ ହଜାର ହଜାର ନୀରସ୍ତ୍ର ଲୋକଙ୍କୁ ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ଅନେକ ଛାତ୍ର ଥିଲେ। ପ୍ରଦର୍ଶନକୁ ଦମନ କରିବା ପାଇଁ ସେଠାରେ ବାମପନ୍ଥୀ ସରକାର ଟ୍ୟାଙ୍କ୍ ଏବଂ ସୈନ୍ୟଶକ୍ତିର ବ୍ୟବହାର କରିଥିଲା। ଚାଇନାର କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ସାଧାରଣ ସମ୍ପାଦକ ତଥା ଉଦାରବାଦୀ ସଂସ୍କାରବାଦୀ ନେତା ହୁ ୟାୟୋବାଙ୍ଗଙ୍କ ହତ୍ୟା ପରେ ଏପ୍ରିଲ ୧୯୮୯ ମସିହାରେ ଏହି ବିରୋଧ ଆରମ୍ଭ ହୋଇଥିଲା। ହୁ ୟାୟୋବାଙ୍ଗ ଚୀନର ରୄଢ଼ିବାଦ ସରକାରଙ୍କ ଅର୍ଥନୈତିକ ଏବଂ ରାଜନୈତିକ ନୀତିକୁ ବିରୋଧ କରୁଥିଲେ।

ବିଶ୍ଵରେ କରୋନା ଭୂତାଣୁ ବିସ୍ତାର ହେବା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚୀନ୍ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଅନେକ ଦେଶ ସହିତ ମିଶି ଅନୁସନ୍ଧାନକାରୀ ସଂସ୍ଥାମାନଙ୍କୁ କରୋନା ଭାଇରସ୍ ଉତ୍ପତ୍ତି ବାବଦରେ ସଠିକ୍ ଭାବେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ କହୁଛନ୍ତି ଯେ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ଅଛି ଯେ ଚାଇନାର ୱାହାନ୍ ଲ୍ୟାବରେ କରୋନା ଭୂତାଣୁ ପ୍ରସ୍ତୁତ କରାଯାଇଛି। ଯାହା ପରେ ଦୁଇ ଦେଶ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ଏଭଳି ପରିସ୍ଥିତିରେ ଚୀନ୍‌ର ‘ଥିଙ୍କ ଟ୍ୟାଙ୍କ’ ଏପରି ରିପୋର୍ଟ ଉପସ୍ଥାପନ କରି ଜିନପିଙ୍ଗଙ୍କୁ ଚେତାଇ ଦେଇଛି ଯେ ଚୀନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଉଚିତ୍, କାରଣ ପରିସ୍ଥିତି ଠିକ୍ ନାହିଁ। -ଦେବଦତ୍ତ ରଥ

ମରୁମରୁ ବଞ୍ଚିଗଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ; ମୃତ ଘୋଷଣା କରିବାକୁ ପ୍ରସ୍ତୁତ ହୋଇ ସାରିଥିଲେ ଡାକ୍ତର