Odiapua.com

କରୋନା ନେଲା ନନ୍ଦପୁର ଥାନା ସବ୍ ଇନ୍ସପେକ୍ଟରଙ୍କ ଜୀବନ

କୋରାପୁଟ :୧୨/୫ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ଥାନା ସବ ଇନ୍ସପେକ୍ଟର ବିଘ୍ନରାଜ ଭତ୍ରା କାର୍ଯ୍ୟରତ ଥାନା ଅଧିକାରୀଙ୍କ ଦେହାନ୍ତ ହୋଇଛି। ଖବର ସୂତ୍ରରୁ ଜଣାପଡ଼ିଛି ଶ୍ରୀ ଭତ୍ରା କିଛି ଦିନ ପୂର୍ବରୁ ଦେହ ଅସୁସ୍ଥ ହୋଇ ସିକ ଓ ଲିଭ ନେଇ ନିଜ ପରିବାର ସହ ନବରଙ୍ଗପୁର ଜିଲ୍ଲାର ଝରି ଗାଁ ନିଜ ବାସଭବନରେ ରହି ନବରଙ୍ଗପୁର ଜିଲ୍ଲା ଚିକିତ୍ସାଲୟରେ ଚିକିତ୍ସିତ ହୋଇ ଆସୁଥିଲେ। ହଠାତ ଅସୁସ୍ଥ ହୋଇଯିବାରୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଲୟରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ୪.୫୫ ମିନିଟ ସମୟରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତ ଶ୍ରୀ ଭତ୍ରା ଜଣେ ମିଷ୍ଟ ଭାଷୀ, ମେଳାପୀ, କର୍ତ୍ତବ୍ୟ ନିଷ୍ଠ ପୋଲିସ ଅପିସର ଭାବେ ମାଲକାନଗିରି, କୋରାପୁଟ ଆଦି ଦୁର୍ଘମ ଅଞ୍ଚଳରେ ଦାଇତ୍ୱ ତୁଲାଇ ପ୍ରଶଂସିତ ହୋଇଥିଲେ। ତାଙ୍କ ବିୟୋଗରେ ନନ୍ଦପୁର ଅଞ୍ଚଳବାସୀ ଶୁଣି ସ୍ତବ୍ଧ ହୋଇଛନ୍ତି। ନନ୍ଦପୁରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ନନ୍ଦପୁର ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି କି ଜଣେ ଭଲ ଅପିସର ଟିଏ ପୋଲିସ ହରାଇଛି। ନନ୍ଦପୁର ଥାନା ଅଧିକାରୀ କପିଳେଶ୍ୱର ବେହେରା ଓ ନନ୍ଦପୁର ଏସ୍ଡିପିଓ ସଂଜୟ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି।