Odiapua.com

କରୋନା ଆତଙ୍କ; ଛାଡ଼ପତ୍ର ବିପଦ: ତୀର୍ଥ କିମ୍ବା ବିଜିନେସ୍ ଟୁର୍ କହି ମୌଜ୍ କରୁଥିଲେ ଥାଇଲ୍ୟାଣ୍ଡରେ ..

ଭୁବନେଶ୍ୱର: ମହାମାରୀ କରୋନାକୁ ନେଇ ସମସ୍ତେ ଆତଙ୍କିତ। ଏହାକୁ ନେଇ ବିଶ୍ୱରେ ଅନେକ ଦେଶ ସମେତ ଭାରତରେ ମଧ୍ୟ ଲକ୍ ଡାଉନ୍ ଘୋଷଣା ହୋଇଛି। ବିଦେଶ ଯାତ୍ରାକରି ଫେରିଥିବା ଲୋକଙ୍କୁ ଚିହ୍ନଟ କରି ମେଡିକାଲ୍ ଯାଞ୍ଚ କରାଯାଉଛି। କାହାକୁ କ୍ୱାରଣ୍ଟାଇନରେ ରଖାଯାଉଛି, କାହାକୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଯାଉଛି। ବିଦେଶ ଯାତ୍ରା କରି ଫେରିଥିବା ଏବଂ ଲୁଚାଇ ରଖିଥିବା ଲୋକଙ୍କୁ ଖୋଜିଖୋଜି ଚିହ୍ନଟ କରାଯାଉଛି।

ତେବେ, ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଯେତେବେଳେ ବିଦେଶ ଯାତ୍ରା କରି ଲୁଚାଇ ରଖିଥିବା କିଛି ଲୋକଙ୍କୁ ପୋଲିସ, ପ୍ରଶାସନ ଚିହ୍ନଟ କଲା ସେତେବେଳେ ସେମାନଙ୍କ ଘରେ ହଡ଼କମ୍ପ ସୃଷ୍ଟି ହୋଇଗଲା। ତେବେ କରୋନା ପାଇଁ ନୁହେଁ, ଛାଡ଼ପତ୍ର ଏବଂ ବିବାହ ଭାଙ୍ଗିବା ପାଇଁ! ଯେତେବେଳେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ବିଦେଶରେ ବୁଲାବୁଲି କରି ଫେରିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିଥିଲା ​​ଏବଂ ସେମାନଙ୍କ ଘର କ୍ୱାରଣ୍ଟାଇନ୍ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ଅନେକ ଘରେ ହଡ଼କମ୍ପ ସୃଷ୍ଟି ହୋଇଗଲା। ବାସ୍ତବରେ, ସେମାନଙ୍କ ମଧ୍ୟରୁ ଅନେକ ଲୋକ ନିଜ ପରିବାର, ନିଜ ପତ୍ନୀଙ୍କୁ ଲୁଚାଇ ଥାଇଲ୍ୟାଣ୍ଡ, ବ୍ୟାଙ୍କକ୍ ଯାଇ ରାତି ରଙ୍ଗୀନ କରୁଥିଲେ। କାଶୀ, ମଥୁରା, କନ୍ୟାକୁମାରୀ କିମ୍ବା ବିଜିନେସ୍ ଟୁରରେ ଯାଉଛି ବୋଲି ଘରେ ମିଛ କହି ଏମାନେ ଯାଇ ବିଦେଶରେ ମୌଜ୍ କରୁଥିଲେ। କେହି ବ୍ୟାଙ୍କକ୍, ଥାଇଲ୍ୟାଣ୍ଡ ହୋଇ କାଜାକସ୍ତାନ ରାଉଣ୍ଡ ମାରି ଆସିଛନ୍ତି। ପୂର୍ବ ସୋଭିଏତ୍ ୟୁନିଅନ ଭାଙ୍ଗିବା ପରେ କାଜାକସ୍ତାନ ଏକ ଦେଶ, ଯାହା ଏହାର ସୁନ୍ଦରୀ ମହିଳା ଏବଂ ରୋମାଣ୍ଟିକ୍ ବାତାବରଣ ପାଇଁ ପ୍ରସିଦ୍ଧ। କରୋନା ସଂକ୍ରମଣ ପାଇଁ ଯାଞ୍ଚ ଭିତରେ ଘରେ ଭଦ୍ରଲୋକ ସାଜିଥିବା ବିଦେଶ ଫେରନ୍ତା ଏହି ରଙ୍ଗିଲା ମାନଙ୍କ ଘରେ ଏବେ କରୋନା ପାଇଁ ଯେତେ ଆତଙ୍କ ନାହିଁ , ଘର ଭାଙ୍ଗିଯିବା ନେଇ ଅଧିକ ଆତଙ୍କ! /- ଦେବଦତ୍ତ

ଲଭ୍ ହଟ୍: ସେକ୍ସ୍ କୁଡ଼ିଆ; ଜାଣନ୍ତୁ କଣ ହୁଏ ଏଠାରେ ..