Odiapua.com

କମ୍ପ୍ରେସର ପାଟି ହାଲ କର୍ମଚାରୀ ମୃତ୍ୟୁ

କୋରାପୁଟ:୯/୮/୨୦୧୯(ଓଡ଼ିଆ ପୁଅ/ଅଭିନାଶ ଜାନାମ)କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ହାଲ ମିଗ କାରଖାନା ଠାରେ କମ୍ପ୍ରେସର ପାଟି ଜଣେ କର୍ମଚାରୀଙ୍କ ହୋଇଛି। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ ଏରୋନଟିସ ଲିମିଟେଡ଼ ମିଗ କାରଖାନାର କ୍ୟାମ୍ପସ ୟୁନିଟରେ କାର୍ଯ୍ୟ ଚାଲୁ ରହିଥିବା ବେଳେ କୌଣସି କାରଣରୁ ହଠାତ କମ୍ପ୍ରେସର ପାଟି ଯିବାରୁ କର୍ଯ୍ୟରତ ଥିବା କର୍ମଚାରୀ ସୁଦାମ ମହାନ୍ତିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଖବର ପାଇ ସୁନାବେଡ଼ା ପୋଲିସ ପହଞ୍ଚି ମୃତ ଶରୀର ଜବତ କରି ତଦନ୍ତ କରୁଥିବା ଏସ୍ଡିପିଓ ଶ୍ରୀ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।