Odiapua.com

କମାଣ୍ଡର ଓଲଟି ୧୧ ଆହତ ;କୋରାପୁଟ ଡାକ୍ତରଖାନାରେ ଭର୍ତି

କୋରାପୁଟ ୩୧-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ)ସେମିଲିଗୁଡାରୁ ଚିନ୍ତଲମଜାରୀ ଗ୍ରାମକୁ ଯାଉଥିବା ଏକ କମାଣ୍ଡର ସପ୍ତାମ ଘାଡି ତଳକୁ ଖସିପଡିବାରୁ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଆହତମାନେ ହେଲେ ସୁଜାତା ତୀରେ ପାଢୀ, ବିକାଶ ପାଢୀ, ଜୋସେଫ ତାଡିଙ୍ଗୀ, ଲପ୍ରା ତାଡିଙ୍ଗୀ, ନମିତା ତାଡିଙ୍ଗୀ, କାନ୍ଦୁ ତାଡିଙ୍ଗୀ, ଲବ ତାଡିଙ୍ଗୀ, ରମି ପାଙ୍ଗୀ, ସାଲାମୀ ତାଡିଙ୍ଗୀ, ଧରିତ୍ରୀ କଳ୍ପନା ପାଢୀ, ସମୀର କୁମାର ପାଙ୍ଗୀ ପ୍ରମୁଖ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ସୁଜାତା ତୀରେ ପାଢୀ ଗୁରୁତର ଥିବା ଜଣାପଡିଛି। କମାଣ୍ଡରେ ୧୫ ଜଣ ଯାତ୍ରୀ ବସିଥିଲେ ବୋଲି ଜଣାପଡିଛି। ସେମିଲିଗୁଡାରେ ଏକ ସଭାରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା।