Odiapua.com

କମଳା ପୂଜାରୀ ସୁସ୍ଥହୋଇ ଘରକୁ ଗଲେ

କୋରାପୁଟ ;ତା୩୦-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ସୁସ୍ଥହୋଇ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରୁ ଡିସଚାର୍ଜ ହୋଇ ଘରକୁ ଯାଇଥିବା ଜଣାପଡିଛି।ଗତ ୨୬ ତାରିଖରେ କୋରାପୁଟ ସଦର ମହକୁମା ଡାକ୍ତରଖାନା ଜୟପୁରଠାରେ ଉଚ୍ଚ ରକ୍ତଚାପ ଓ ସଂକ୍ରମଣ ରୋଗରେ ପୀଡିତ ହୋଇ ଭର୍ତି ହୋଇଥିଲେ।ଜୟପୁରଠାରେ ସମସ୍ତ ପରୀକ୍ଷା କରାଯିବା ପରେ ୨୬ ତାରିଖ ରାତ୍ରୀରେ ଜୟପୁରରୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ଆଇସିୟୁରେ ରଖାଯାଇଥିଲା ଓ ଚିକିତ୍ସା ନିମନ୍ତେ ଭେଷଜ ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡାଙ୍କ ନେତୃତ୍ୟରେ ଡାକ୍ତରୀଦଳ ଗଠନ କରାଯାଇଥିଲା।ସଂପୂର୍ଣ୍ଣ ସୁସ୍ଥ ହେବାପରେ ଆଜି ଅପାରହ୍ନରେ ସରକାରୀ ଆମ୍ବୁଲେନ୍ସ ଯୋଗେ ସେ ନିଜ ଗ୍ରାମ ପାତ୍ରପୁଟ ଯାଇଥିଲେ ବୋଲି ଜଣାପଡିଛି।ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି,  ମ୍ୟାନେଜର ଦେବବ୍ରତ ସାହୁ ଓ ହସପିଟାଲର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।ସାଥିରେ ୨ ପୁଅ ଓ ଅନ୍ୟ ସଂପର୍କିୟ ଯାଇଥିବା ଜଣାପଡିଛି।ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ବିବେଚିତ ହୋଇଥିବା କଥା ସାମ୍ବାଦିକମାନେ ପଚାରିବାରୁ ଏହା କଣ ବୋଲି ପ୍ରଶ୍ନ କରିବା ସହ କେବେ ମିଳିବ ବୋଲି ଓଲଟା ପଚାରିଥିଲେ।ଅନେକ ନେତା କମଳାଙ୍କୁ ଦେଖାକରିବାକୁ ଡାକ୍ତରଖାନା ଯାଇଥିବା ଓ ଡାକ୍ତର ନେତାଙ୍କସହ ମିଶି ଆଇସିୟୁ ଓାର୍ଡରେ ଫଟୋ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।କମଳାଙ୍କ ସହ ଫଟୋ ଉଠାଇ ଠିକ କଥା କାରଣ ସେ ପଦ୍ମଶ୍ରୀ ବିବେଚିତ ହୋଇଥିବା ବେଳେ ସଂପ୍ରତି ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଅଛନ୍ତି।ସମସ୍ତେ ଯଦି କମଳାଙ୍କ ପ୍ରତି ସହାନୁଭୂତି ଦେଖାଉଛନ୍ତି ତେବେ ଯୋଜନା ବୋର୍ଡ ସଦସ୍ୟା ଭାବେ ତାଙ୍କୁ କୋରାପୁଟଠାରେ କାହିଁକି ସରକାରୀ ଗୃହ ଦେଉ ନାହାନ୍ତି ବୋଲି ପ୍ରଶ୍ନ ଉଠୁଛି ?ସବୁ ସଦସ୍ୟ ଯାହା ସବୁ ସୁବିଧା ପାଉଛନ୍ତି ସେହି ସେହି ସୁବିଧା ରାଜ୍ୟ ସରକାର କୋରାପୁଟ ଜିଲ୍ଲାର ସୁନାମ ଆଣିପାରିଥିବା କମଳାଙ୍କୁ ଯୋଗାଇବେ ତ!