Odiapua.com

କବି ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ସାହିତ୍ୟ ଆଲୋଚନା ଚକ୍ର

କୋରାପୁଟ ୨୯-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ) ସେମିଲିଗୁଡାସ୍ଥିତ ବାଇଟଷ୍ଟାର ହୋଟେଲ ସମିଳନୀ କକ୍ଷରେ ବିଶିଷ୍ଟ ସାହିତ୍ୟିକ, ହୃଦରୋଗ ବିଶେଷଜ୍ଞ ସ୍ୱର୍ଗତ ଡା.କବି ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ଏକ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦ ଭୁବନେଶ୍ୱର ଆନୁକୂଲ୍ୟରେ ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପର୍ଶୁରାମ ଦ୍ୱିବେଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ମିଶ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶୁଭାରମ୍ଭ କରିଥିଲେ। ଅଧ୍ୟାପିକା ଡା.ଆରତୀ କର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱର୍ଗତ ମିଶ୍ରଙ୍କ ଜୀବନୀ ବର୍ଣ୍ଣନା କରିବା ସହ ସାହିତ୍ୟ ଜଗତରେ ଥିବା ଅବଦାନର ସ୍ମୃତି ଚାରଣ କରିଥିଲେ। ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଦାମୋଦର ସେନାପତି ଏବଂ ଦିଲ୍ଲୀପ କୁମାର ସାହୁ ଭୋଜନ ପରିବେଷଣ କରିଥିଲେ। ଡା.ଶିବାନୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବାବେଳେ ଡା.ଅମ୍ବିକା ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।