Odiapua.com

କବିତା : ଏଇତ ଜୀବନ

ଆମେ ଯେତେବେଳେ ସଂସାରୁ ଯିବା
କ’ଣ କ’ଣ ସବୁ ସାଙ୍ଗରେ ନେବା ?

ଏମିତି କର୍ମ ହେବା ଦରକାର
ଯେମିତି କ୍ଷତି ନହେବ କାହାର॥

ବେନିୟମ କାର୍ଯ୍ୟରୁ ଦୁରେଇ ରହିବା
କାହାର ଅନିଷ୍ଟ ଚିନ୍ତା ନକରିବା॥

ମିଠା ମିଠା କଥା କହି କରିବାନି ଶୋଷଣ
ନିଜ ତୃଟି ସୁଧାରିଲେ ପାଉଥିବା ସମ୍ମାନ॥

ସମୟର ମୂଲ୍ୟକୁ ଠିକ୍ ଭାବେ ବୁଝିବା
ଖରାପ କାର୍ଯ୍ୟରେ ସମୟ ନଷ୍ଟ ନକରିବା॥

ପର ନିନ୍ଦା ପର ଚର୍ଚ୍ଚା ଠାରୁ ଦୁରେଇ ରହିବା
ଚରିତ୍ର କୁ ଠିକ୍ ଭାବେ ମାର୍ଜିତ କରିବା॥

ଅସତ ଉପାୟରେ ଟଙ୍କା ରୋଜଗାର ନକରି
ଅନ୍ୟାୟ, ଦୁର୍ନୀତି ଠାରୁ ରହିବା ଦୁରେଇ॥

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା