Odiapua.com

କଂସାରୀଗୁଡା ପ୍ରକଳ୍ପ ଜମିହରା ଓ କୋଡିଙ୍ଗାମାଳି ଖଣି ପ୍ରଭାବିତ ଅଂଚଳବାସୀଙ୍କ ଦାବିପତ୍ର ପ୍ରଦାନ

କୋରାପୁଟ ୨୨-୦୨(ଓଡିଆ ପୁଅ /ରଂଜନ ଦାସ)କଂସାରୀଗୁଡାଠାରେ ବିଶୋଧନାଗାର ପ୍ରତିଷ୍ଠା କର ନଚେତ ୧୪ ବର୍ଷର କ୍ଷତିପୂରଣ ଦେଇ ଆମ ଜମିକୁ ଆମକୁ ଫେରସ୍ତ କରିବାକୁ କଂସାରୀଗୁଡା ପ୍ରକଳ୍ପ ଜମିହରା ଓ କୋଡିଙ୍ଗାମାଳି ଖଣି ପ୍ରଭାବିତ ଅଂଚଳବାସୀଙ୍କ  ତରଫରୁ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ ଦିଆଯାଇଥିବା ଦାବିପତ୍ର ଉଲ୍ଲେଖ କରାଯାଇଛି ।ଯଦି ୧ ତାରିଖ ସୁଦ୍ଧା ଦାବି ପୂରଣ ନ ହୁଏ ତେବେ ୨ ତାରିଖ ସକାଳ ୬ ଘଟିକାଠାରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସିଙ୍ଗାରାମ ଷ୍ଟେସନଠାରେ ରେଳରୋକ ଓ ରୂପକଣା ଛକଠାରେ ରାସ୍ତା ଅବରୋଧ କରାଯିବ ବୋଲି ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଚେତାବନୀ ଦେଇଛନ୍ତି ।ପ୍ରକଳ୍ପ ହେଲେ ଅଂଚଳବାସୀଙ୍କ ଆର୍ଥିକ ,ସାମାଜିକ ଓ ପାରିପାର୍ଶିକ ଉନ୍ନତି ସହ ରୋଜଗାର ଏବଂ ବେକାର ଶିକ୍ଷିତ ଯୁବକ ଓ  ଯୁବତୀମାନେ  ନିଯୁକ୍ତି ପାଇ ପାରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।ବିନା ପଲ୍ଲିସଭା ଓ ଗ୍ରାମସଭାରେ ୨୦୧୮ ମସିହାରୁ କୋଡିଙ୍ଗାମାଳି ପର୍ବତରୁ ଓଏମସି ଦ୍ୱାରା ଖଣି କନନ କରାଯାଉଅଛି ।ଖଣି ଖନନ ଦ୍ୱାରା ପରିବେଶ ଦୁଷିତ ହେବା ସହ ବିଭିନ୍ନ ପ୍ରକାର ରୋଗ ଯଥା ହଇଜା , ଯକ୍ଷ୍ମା ଓ କର୍କଟ ଭଳି ରୋଗ ହେବା , ଚାଷ ନଷ୍ଟ ହେବା , ଭୂତଲ ଜଳ ଶୁଖିଯିବା ଓ ପନିପରିବା ଚାଷ ନଷ୍ଟ ହେବାରୁ ଜୀବନଜୀବିକା  ପ୍ରଭାବିତ ହେଉଥିବା ପୂର୍ବତନ ବିଧାୟକ ଶ୍ରୀ  କୁଲେସିକା ଅଭିଯୋଗ କରିଥିଲେ ।ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ୨୦୦୬ /୦୭ ମସିହାରେ କୋଡିଙ୍ଗାମାଳି ଖଣିକୁ ନେଇ ରାଜ୍ୟ ସରକାରଙ୍କ ଓଏମସି ଓ ଆଦିତ୍ୟ ବିର୍ଲା ଦ୍ୱାରା ବୁଝାମଣା ହୋଇ କଂସାରୀଗୁଡାଠାରେ ଏକ ୩ ଏମପିଟିଏ କ୍ଷମତା ବିଶିଷ୍ଟ ଆଲୁମିନା ବିଶୋଧନାଗାର ନିର୍ମାଣ କରିବା ନିମନ୍ତେ  କାଶୀପୁର ଓ ଲକ୍ଷ୍ମିପୁରର ପ୍ରାୟ ୨ ହଜାର ଏକର ବେସରକାରୀ ଜମି  ସରକାରୀ ସଂସ୍ଥା ଇଡକୋ ଦ୍ୱାରା ୧୬ ଖଣ୍ଡ ଗ୍ରାମକୁ ନେଇ ି ଅଧିଗ୍ରହଣ ହୋଇଥିଲା ଏବଂ ୨୦୧୧ ମସିହାରେ ଅଂଚଳରେ ପାଚେରୀ ନିର୍ମାଣ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି । ଗତ୨୦୧୯ ମସିହା ଡିସେମ୍ବର ମାସ ୨୮ ତାରିଖଦିବ କଂସାରୀଗୁଡା ଛକଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ କରାଯାଇ ଜମି ଅଧିଗ୍ରହଣ ସ୍ଥାନରେ ପ୍ରକଳ୍ପ ଆରମ୍ଭ କରାଯାଉ ନଚେତ ଜମି ଫେରସ୍ତ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ ।ଗତ ୨୦୨୦ ମସିହା ଫେର୍ବୁଆରୀମାସ ୫ ତାରିଖରେ ରାୟଗଡା ଜିଲ୍ଲାପାଳଙ୍କ ଜରିଆରେ କମ୍ପାନୀ କର୍ତୂପକ୍ଷଙ୍କ ଦୃଷ୍ଠିକୁ ନିଆଯାଇଥିଲା ।ଏହାର ୪ ଦିନ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା କଂସାରୀଗୁଡାଠାରେ ୨ ଏମଟିପିଏ ଉତ୍ପାଦନ କ୍ଷମତା ପ୍ରକଳ୍ପ  ନିର୍ମାଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।ତୁରନ୍ତ ପ୍ରକଳ୍ପ ନିର୍ମାଣ କର ନତୁବା ଜମି ଫେରସ୍ତ କରିବାକୁ ସେ ଦାବି କରିଛନ୍ତି ।ଯଦି  ମାର୍ଚ୍ଚ ମାସ ୧ ତାରିଖ ସୁଦ୍ଧା ଦାବି ସାମାଧାନ ନ ହୁଏ ତେବେ  ମାର୍ଚ୍ଚ ମାସ ୨ ତାରିଖ ସକାଳ ୬ ଘଟିକାରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସିଙ୍ଗାରାମ ଷ୍ଟେସନଠାରେ ରେଲରୋକ ଓ ରୂପକଣା ଛକଟାରେ ରାସ୍ତା ଅବରୋଧ କରାଯିବ ବୋଲି ସେ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଥିବା ଜଣାପଡିଛି ।ଦାବି ପ୍ରଦାନ ବେଳେ ପୂର୍ବତନ ବିଧାୟକ ଶ୍ରୀ କୁଲେସିକା ,ପାରଦା କୁଲେସିକା , ମହେଶ୍ୱର ହିକକା , ଏ.ସିଏଚ.ଝୋଡିଆ  ,ଅଗସ୍ତି ହାଲୁଆ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜଣାପଡିଛି ।