Odiapua.com

କଂଗ୍ରେସର ରୁଦ୍ଧଦ୍ୱାର ବୈଠକ

କୋରାପୁଟ ; ତା୧୨-୧୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ ) ସୋମବାର ଅପାରହ୍ନ୍ନରେ ଶାବର ଶ୍ରୀକ୍ଷେତ୍ର ଅତିଥି ଭବନ ସମିଳନୀ କକ୍ଷରେ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ବିଧାୟକ ନିମାଇ ସରକାର, ପିସିସି ସଦସ୍ୟ ଜଗଦିଶ ଖେସ୍ଲା, ଜିଲା ଏସସି ସେଲ୍ ସଭାପତି ରମେଶ ବାଙ୍କିଆ, ପୂର୍ବତନ ପୌର ଅଧ୍ୟକ୍ଷ ଭଗବାନ ବାହିନୀପତି, ଟାଉନ ସଭାପତି ଭବାନୀ ମିଶ, ଗୋପିନାଥ ପଲେଇଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।। ସଗରିଆଙ୍କ ବିଧାୟକରୁ ଇସ୍ତାଫା ପରେ ମୂରବୀ ବିହୀନ ହୋଇ ପଡିଥିବା କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଏବେ ନେତୃତ୍ୱ ଚିନ୍ତାରେ ମଧ୍ୟ ରହିଛି।କିଏ ନେତୃତ୍ୟ ନେବେ ତାହା ଆଲୋଚନା କରାଯାଇଥିଲେ ମଧ୍ୟ ଏ ସଂପର୍କରେ କିଛି ସୂଚନା ପ୍ରଦାନ କରାଯାଇ ନ ଥିବା ଜଣାପଡିଛି।