Odiapua.com

କଂଗ୍ରେସର ଗଡକୁ ଅକ୍ତିଆର କରିବାକ ୁବିଜେଡିର ନୂତନ ଫର୍ମୁଲା; ଭୋଟରମାନେ ନବୀନ ପଟନାୟକଙ୍କ ସହ ସେଲଫି ନେବେ

କୋରାପୁଟ ; ତା୨୪-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର କଂଗ୍ରେସ ଗଡକୁ ଅକ୍ତିଆର କରିବାକୁ ବିଜେଡି କୋରାପୁଟ ଜିଲ୍ଲାରେ ନବୀନ ପଟନାୟକଙ୍କ ସେଲଫି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ବୋଲି ଜିଲ୍ଲା ସଭାପତି ଇଶ୍ୱର ପାଣିଗ୍ରହୀ କୋରାପୁଟଠାରେ ଆୟୋଜିତ ମ୍ୟୁନସିପାଲଟି ଓାର୍ଡ କମିଟି କର୍ମଶାଳାରେ ପ୍ରକାଶ କରିଛନ୍ତି ।କୋରାପୁଟ ମ୍ୟୁନସିପାଲଟିରେ ଓାର୍ଡ କମିଟି ଗଠନ କରାଯାଇ ପ୍ରତ୍ୟେକ ଓାର୍ଡକୁ ସଭ୍ୟମାନେ ଯାଇ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ଭୋଟରମାନଙ୍କୁ କହିବେ ବୋଲି ସେ ସୂଚନା ଦେଇଥିଲେ ।ଆସନ୍ତାଦିନରେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ସହାରଂଚଳରେ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।କୋରାପୁଟ ନଗର ବିଜେଡି ସଭାପତି ସୁବାସ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ ଓ ରଘୁରାମ ପଡାଲ ,ଜିଲ୍ଲା ବିଜେଡ ଉପସଭାପତି ଉକôଳ ରଂଜନ ନାୟକ ,ନଗର ବିଜେଡି କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ହନ୍ତାଲ, ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ରୀତା ପାଣିଗ୍ରାହୀ ,ବିଜେଡି ନେତା ରଘୁରାମ ମାଛ , ପୂର୍ବତନ କାଉନସିଲର ରାମଚନ୍ଦ୍ର ମାଝି , ସଂଜୁଲତା ରାଉତ ଓ ଅମ୍ବିକା ଷଣ୍ଢ , ଲଲାଟ ରଂଜନ ସେଠୀ , ତ୍ରୀନାଥ ପାତିକା , ଅଶ୍ୱିନୀ ସାହୁ , ବିଦ୍ୟାଧର ସାହୁ ,ବିନୋଦ ନାୟକ , ଅଶୋକ ଷଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ ।