Odiapua.com

ଓଡ଼ିଶାରେ ଓଡ଼ିଶା ବିରୋଧି ନାରା – ଅତ୍ୟନ୍ତ ନିନ୍ଦନୀୟ – ଆବଶ୍ୟକୀୟ କାର୍ଯାନୁଷ୍ଠାନ ଦାବି

ନୂଆ ଦିଲ୍ଲୀ ୧-୪ (ଓଡ଼ିଆ ପୁଅ) ଓଡ଼ିଶା ଭିତରେ ରହି ଉତ୍କଳ ଦିବସରେ ଓଡ଼ିଶା ବିରୋଧି ନାରା ଅତ୍ୟନ୍ତ ନିନ୍ଦନୀୟ। ଏହି ପରି ଏକ ଭିଡ଼ିଓ ଆଜି ଉତ୍କଳ ଦିବସରେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ଯାହାକି ଦେଖିଲେ ଜଣେ ଓଡ଼ିଆର ନିଶ୍ଚିତ ଭାବରେ ରୁମ ଟାଙ୍କୁରି ଉଠିବ। ସେ କେବଳ ଦୁଃଖିତ ହେବନାହିଁ, ନିଜ ମାତୃଭୂମିପାଇଁ ନିଜର ପ୍ରାଣବଳୀ ଦେଇଥିବା ପୂର୍ବଜ ବରପୁତ୍ରମାନଙ୍କର ଆତ୍ମାକୁ କେତେ ବାଧୁଥିବା ତାହାକୁ ସେ ମଧ୍ୟ ହୃଦୟଙ୍ଗମ କରିପାରିବ। ଏଭଳି ଏକ ଦୁଃଖଦପୂର୍ଣ୍ଣ ଭିଡ଼ିଓ ଆସିଛି ବରଗଡ଼ ଜିଲ୍ଲାରୁ। ଯେଉଁଠାରେ କେତେକ ଦୁର୍ବୃତ୍ତ ଏକ ଆହାର କେନ୍ଦ୍ରକୁ ଯାଇ ସେଠାରେ ଉତ୍କଳ ଦିବସର ବ୍ୟାନର ଚିରିବା ସହିତ ଓଡ଼ିଶା ବିରୋଧି ସ୍ଲୋଗାନ ଲଗାଇଥିବାର ଦେଖାଯାଉଛି। ଏପରି କାର୍ଯ୍ୟ ନିଶ୍ଚିତ ଭାବରେ ନିନ୍ଦନୀୟ ଏବଂ ଏଥିପାଇଁ ଆବଶ୍ୟକୀୟ କାର୍ଯାନୁଷ୍ଠାନ ଆବଶ୍ୟକ। ଆପଣମାନେ ଆପଣଙ୍କ ମତ ଦିଅନ୍ତୁ।