Odiapua.com

ଓସିଜିଏ ପକ୍ଷରୁ କଫି ଚାଷିଙ୍କୁ ସମ୍ବର୍ଦ୍ଧନା

କୋରାପୁଟ ; ତା୦୬-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଅରଗାନିକ ପଦ୍ଧତିରେ କଫିଚାଷ କରି ଜାତୀୟ ସ୍ତରରେ ପୁରଷ୍କୃତ ହୋଇଥିବା ଲଲାଟେନ୍ଦୁ ଦେଓ ଓ କୃଷି ବିଭାଗରେ ଓଡିଶା ସିଟିଜେନ୍ ଏୱାର୍ଡ ବିଜେତା କଫିଚାଷି ସୁଜୟ କୁମାର ପ୍ରଧାନଙ୍କୁ ଓଡିଶା କଫି ଗ୍ରୱେରସ୍ ଏସୋସିଏସନ(ଓଡିସିଏ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସ୍ୱତନ୍ତ୍ର ସର୍କିଟ ହାଉସରେ ଓଜିସିଏ ସଭାପତି ପ୍ରଦୀପ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ରାଜୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ଚନ୍ଦ୍ର ପାଣିଗ୍ରାହି, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ତଥା କଫି ଉନ୍ନୟନ ଉପ-ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, ଅତିରିକ୍ତ ନିର୍ଦ୍ଦେଶକ ଦୟାନିଧି ବାଘ, କେନ୍ଦ୍ରୀୟ କଫିବୋର୍ଡ ନିର୍ଦ୍ଦେଶକ ମଲ୍ଲିକାର୍ଜୁନ, ସୁରେଶ କୁମାର, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଡା.ମନୋରଂଜନ ନାୟକ, ଜିଲା ପଂଚାୟତ ଅଧିକାରୀ ସୁଦେଶ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦେଓ ଓ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରିଥିଲେ। କୋରାପୁଟ ଜିଲାର ଜଳବାୟୁ କଫି ଚାଷ ନିମନ୍ତେ ଅନୁକୂଳ ହୋଇ ଥିବାରୁ ଅଂଚଳରେ କଫିଚାଷ ପାଇଁ ସରକାରୀ ସ୍ତରରେ ପ୍ରତ୍ସାହୋନ ଦେବା ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା। କୋରାପୁଟ କଫି ଆନ୍ତର୍ଜାତିକ ବଜାରରେ ଆଦୃତ ହୋଇ ଥିବାରୁ କଫିଚାଷ ପାଇଁ ଆଜି କୋରାପୁଟ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ଅତିଥିମାନେ ପ୍ରକାଶ କରିଥିବାବେଳେ କଫି ଉନ୍ନୟନ ବିଭାଗ ସରକାରୀ ଜମିରେ କଫି ଚାଷ କରି ଗରିବ ଆଦିବାସୀ ଲୋକଙ୍କୁ ଦେଉଥିବା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଥିଲେ। ସମ୍ବର୍ଦ୍ଧନା ସମାରୋହରେ ଓସିଜିଏର ସଦସ୍ୟମାନେ ଉପସ୍ଥିତ ଥିଲେ।