Odiapua.com

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

କୋରାପୁଟ ; ତା୨୯-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା।କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଚନ୍ଦନପୋଖରୀ ପରିସରରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା।କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦେବବ୍ରତ କରାଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜଣେ ନାଗରିକ ସ୍ୱେଛାସେବୀ ଭାବେ ସହାୟତା କରିବାକୁ ପରାମର୍ଶ ଦେଇଥିଲେ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ଅତିରିକ୍ତ ଏସପି ଭି .ଆର.ରାଓ, କୋରାପୁଟ ଏସଡିପିଓ ଟି .ଜେ.ରେଡ୍ଡି, ବେସାମାରିକ ପ୍ରତିରକ୍ଷାର ଉପନିୟନ୍ତ୍ରକ ଆର.ମିଶ୍ର, ଅଗ୍ନିଶମର ଅଧିକାରୀ ସଂଜିବ ବେହେରା ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗ ଦେଇଥିଲେ।କୋରାପୁଟ ଅଗ୍ନିଶମ ଓ ସୁନାବେଡାସ୍ଥିତ ହାଲର ଅଗ୍ନିଶମ, ଓଡ୍ରାଫ ଓ ବେସାମରିକ ପ୍ରତିରକ୍ଷାର କର୍ମକର୍ତାମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଉଦ୍ଧାର କାର୍ଯ୍ୟ କରାଯାଏ ତାହା ପ୍ରଦର୍ଶନ କରିଥିଲେ।ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କଦ୍ୱାରା ପୁରସ୍କୃତ କରାଯାଇଥିଲା।