Odiapua.com

 ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ  ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ

କୋରାପୁଟ ୨୨-୦୨(ଓଡିଆ ପୁଅ /ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସାମାଜିକ ନ୍ୟାୟ ଫୋରମ ଓ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ  ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ ହୋଇଯାଇଛି ।  ଏହି ଅବସରରେ ଡିଜିଟାଲ ଅର୍ଥନୀତି ଏବଂ ସାମାଜିକ ନ୍ୟାୟ ପାଇଁ ଆହ୍ୱାନ ଶିର୍ଷକ ଏକ ୱେବନାର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ରାଜନୀତି ବିଜ୍ଞାନ ବିଶେଷଜ୍ଞ ତଥା ଜନସାଧାରଣ ନୀତି ବିଶେଷଜ୍ଞଏବଂ ସାମାଜିକ ନ୍ୟାୟ ପାଇଁ ପ୍ରତିନିଧିତ୍ୱ ଜାରି ରଖିଥିବା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ଇ . ଭେଙ୍କଟେଶ ଉପରୋକ୍ତ ବିଷୟରେ ମୁଖ୍ୟବକ୍ତାଭାବେ ଭାବରେ  ସାମାଜିକ ନ୍ୟାୟର ଧାରଣା ଏବଂ ଏହାର ଔତିହାସିକ ପୃଷ୍ଠଭୁମି ଏବଂ ସାମାଜିକ ନ୍ୟାୟ କିପରି ଭାରତୀୟ ସମ୍ବିଧାନର ଏକ ଅଂଶ ବିଶେଷ ସେ ଉପରେ ଆଲୋକପାତ କରିଥିଲେ । ସାମାଜିକ ନ୍ୟାୟ  ଓ ଡିଜିଟାଲ ଅର୍ଥନୀତି, ରାଜ୍ୟ, ବଜାର, ସିଭିଲ ସୋସାଇଟି ଏବଂ ଏକାଡେମିକ ପ୍ରତିଷ୍ଠାନର ଭୁମିକା ଉପରେ ଗୁରୁତ୍ୱ ଦେଇଥିଲେ । ଆର୍ଥିକ ଅସମାନତା ଉପରେ ସୁଚନା ଦେଇ କହିଥିଲେ ଯେ  ଭାରତରେ ସ୍ୱଳ୍ପ ସଂଖ୍ୟକ ଲୋକଙ୍କ ପାଖରେ ଅର୍ଥର ପ୍ରମୁଖ ଅଂଶ ରହିଥିବାବେଳେ  ପ୍ରମୁଖ ଲୋକଙ୍କ ପାଖରେ ସ୍ୱଳ୍ପ ଅର୍ଥ ରହିଛି ।  ଡିଜିଟାଲ ବିଭାଜନ ଓ ଡିଜିଟାଲ ଅର୍ଥନୀତି ଉପରେ ଗୁରୁତ୍ୱାରୋପ କରି ଜଗତୀକରଣ ହେତୁ ବିଶ୍ୱ ଅର୍ଥନୀତି କିପରି ବିଭାଜିତ ହେଉଛି ସେ ବିଷୟରେ ଆଲୋଚନା କରିଥିଲେ । ଏହି ୱେବନାରରେ  ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ ରାମବ୍ରହ୍ମମ ସଭାପତିତ୍ୱ କରିଥିବାବେଳେ  ସମାଜ ବିଜ୍ଞାନ ବିଭାଗର  ପ୍ରଫେସର ପି ଦୁର୍ଗପ୍ରସାଦ ଉଦଘାଟନୀ ବକ୍ତବ୍ୟ ରଖିଥିଲେ । ସମାଜର ତୃଣମୁଳସ୍ତରରେ  ବିକାଶ କଲେ ସାମାଜିକ ନ୍ୟାୟ ପ୍ରତିଷ୍ଠା ହେବ ବୋଲି କୁଳପତି ପ୍ରକାଶ କରିଥିଲେ । ଶିକ୍ଷା , ଉର୍ପାଜନ ଲିଙ୍ଗ ସମ୍ବନ୍ଧରେ ଅସମାନତା ହ୍ରାସ କରିବାରେ ତଥା ସାମାଜିକ ନ୍ୟାୟକୁ ପ୍ରତ୍ସାହିତ କରିବାରେ ନୀତି ପ୍ରଣୟନ ବେଳେ ଏସବୁ ଧ୍ୟାନ ଦେବା ଉପରେ  ସହାୟକ ହେବ ବୋଲି ସେ  ଗୁରୁତ୍ୱରୋପ କରିଥିଲେ । ଭାରତ ସରକାରଙ୍କ ନୀତି ଆୟୋଗ ଦ୍ୱାରା ଆସ୍ପିରେସନ ଜିଲ୍ଲାର ଲକ୍ଷ୍ୟ ହାସଲ ପାଇଁ ବିଶ୍ୱବିଦ୍ୟାଳୟ ଉଦେଶ୍ୟେରେ ଏକ ଅଂଶ ଭାବରେ ସେ ୧୪ ଟି ବ୍ଲକ  କୋରାପୁଟରେ ୧୪ ଟି ବିଦ୍ୟାଳୟର ଚିହ୍ନଟ କରିବାକୁ ଘୋଷଣା କରିଥିଲେ । ସେହିପରି ପ୍ରଫେସର ପି ଦୁର୍ଗାପ୍ରସାଦ  ଦାରିଦ୍ରୀ ଦୁରିକରଣ, ଲିଙ୍ଗଗତ ଅସମାନତା, ରୋଜଗାର, ଜାତିସଂଘର ବିକାଶ ଲକ୍ଷ୍ୟ ଏବଂ ସମସ୍ତ ପ୍ରକାର ଭେଦଭାବ ବିରୋଧରେ ଲଢିବା ପ୍ରସଙ୍ଗ ଉଠାଇଥିଲୋ  କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର  ବିଦ୍ୟାର୍ଥୀ ମନୀଷା ମହାପାତ୍ର, ନିରଜଂନ ମାଝି ସାମାଜିକ ନ୍ୟାୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି କାଯ୍ୟର୍କମ୍ରକୁ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ର ସାହାୟକ ପ୍ରଫେସର ଓ ଭାରପ୍ରାପ୍ତ ମୁଖ୍ୟ ଡ. କପିଲ ଖେମୁଣ୍ଡୁ ଏବଂ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଜି. କିରଣ  ୱେବନାରକୁ ପରିଚାଳନା କରିଥିଲେ ।