Odiapua.com

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧରିତ୍ରୀ ଦିବସ ପାଳିତ

କୋରାପୁଟ ୨୪-୦୪(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଧରିତ୍ରୀର ପୁନରଦ୍ଧାର ପାଇଁ ମିଳିତ ପ୍ରଚେଷ୍ଟା- ସିୟୁଓର ଏକ ପ୍ରୟାସ ଶୀର୍ଷକ  ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର ଜୈବବିବିଧତା ଓ ପ୍ରାକୃତିକ ସଂପଦ ସଂରକ୍ଷଣ ବିଭାଗ ଦ୍ୱାରା ଆୟୋଜିତ  ଅନଲାଇନ ଆଲୋଚନାଚକ୍ରରେ ପରିଦର୍ଶକ ପ୍ରଫେସର ତଥା ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନର ପୂର୍ବତନ ପ୍ରଫେସର କେ.କାମେଶ୍ୱର ରାଓ ଯୋଗଦେଇ ସବୁ ସ୍ତରରେ କାର୍ବନ ଫୁଟ ପ୍ରିଂଟ ହ୍ରାସ କରିବା ପାଇଁ ଇକୋ-ଫ୍ରେଣ୍ଡଲି ତଥା ପୃଥିବୀ ଅନୁକୂଲ ଜୀବନ ଶୈଳୀ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱବିଦ୍ୟାଳୟର ସମସ୍ତ ସଦସ୍ୟ ଏହାକୁ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ । ଏକ ଶିକ୍ଷାନୁଷ୍ଠାନ ଭାବରେ ସଚେତନତା ସୃଷ୍ଟି କରିବା ,ପରିଷ୍କାର ଏବଂ ସବୁଜ ପରିବେଶ ପାଇଁ ମଧ୍ୟ ଲକ୍ଷ୍ୟ ହାସଲ କରିବାରେ ବିଶ୍ୱବିଦ୍ୟାଳୟକୁ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେବାକୁ ପଡିବ ବୋଲି ସେ ପ୍ରକାଶ କରିଥିଲେ ।ବିଶ୍ୱବିଦ୍ୟାଳୟର କୁଳପତି ଆଇ.ରାମବ୍ରହ୍ମମ ଅନଲାଇନ ଆଲୋଚନା ଚକ୍ରକୁ ଉଦଘାଟନ କରିଥିଲେ ।ବହୁ ମାତ୍ରାରେ ପରିବେଶର ଅବନତି ପାଇଁ ସେ ଉଦବେଗ ପ୍ରକାଶ କରିବା ସହ କେବଳ ସଚେତନତା ସୃଷ୍ଟି କରିବା ପାଇଁ ନୁହେଁ ବରଂ ଚତୁର୍ଦିଗରେ ସବୁଜିମା ଆଣିବା ନିମନ୍ତେ ବଡ ଧରଣର ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ଓ ଏହାକୁ ନେଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରିବାକୁ ବୈଜ୍ଞାନିକ ତଥା ସାମାଜିକ ବୈଜ୍ଞାନିକମାନଙ୍କୁ ସେ ଆହ୍ୱାନ ଦେଇଥିଲେ ।ଜୈବବିବିଧତା ଓ ପ୍ରକୃତିକ ସଂପଦର ସଂରକ୍ଷଣ ବିଭାଗ ଦ୍ୱାରା ପରିବେଶ ଉପରେ କରାଯାଇଥିବା ସଚେତନତା କାଯର‌୍ୟକ୍ରମ ଉପରେ ପ୍ରଫେସର ଶରତ କୁମାର ପଳିତା ଆଲୋକପାତ କରିଥିଲେ । ସହକାରୀ ପ୍ରଫେସର ଡ.କାକୋଲି ବାନାର୍ଜି ଅତିଥି ପରିଚୟ ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ଡ. ଦେବବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇଙ୍କ ସହ ଅଧ୍ୟାପକ , ଅଧ୍ୟାପିକା ,ରିସର୍ଚ ସ୍କଲାର ଏବଂ ଛାତ୍ରଛାତ୍ରୀମାନେ ଅନଲାଇନ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ।