କୋରାପୁଟ ୧୨-୦୧(ଓଡିଆ ପୁଅ/ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟକୁ ୭ଦିନ ପାଇଁ ବନ୍ଦ
ରଖିବାକୁ ନିଷ୍ପତ୍ତି ନେଇଥିବା ଲୋକ ସଂପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି।ଆସନ୍ତା 13 ତାରିଖରୁ ଶନିବାର ଏବଂ ରବିବାର ସମେତ ସାତ ଦିନ ପାଇଁ ବିଶ୍ୱବିଦ୍ୟାଳୟର କାର୍ଯ୍ୟାଳୟ,ଲାଇବ୍ରେରୀ ଏବଂ ଲାବୋରେଟୋରୀଗୁଡିକ ବନ୍ଦ ରହିବ ବୋଲି କୁହାଯାଇଛି।
ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନିଜ ନିଜ ଘରୁ ସରକାରୀ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଅନଲାଇନ କ୍ଲାସ ଜାରି ରହିବ। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା ସମସ୍ତ କର୍ମଚାରୀ ଏବଂ ଅଧ୍ୟାପିକାଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେବା ସହ କୋଭିଡ -୧୯ର ଉପଯୁକ୍ତ ଆଚରଣକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି। କୋଭିଡ-୧୯ର ସର୍ବନିମ୍ନ ଲକ୍ଷଣ ଅନୁଭବ କଲେ ନିକଟସ୍ଥ ଡାକ୍ତରଖାନାରେ ପରୀକ୍ଷା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ସାତ ଦିନ ମଧ୍ୟରେ ପରିସ୍ଥିତିର ସମୀକ୍ଷା କରାଯିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି।
ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୭ ଦିନ ପାଇଁ ବନ୍ଦ ରହିବ
