Odiapua.com

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

କୋରାପୁଟ ୦୪-୧୨(ଓଡିଆ ପୁଅ /ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଉତମ ପ୍ରୋତ୍ସାହନ,କୋଭିଡ-୧୯ ପରେ ଏକ ଅନ୍ତର୍ଭୁକ୍ତ,ସୁଗମ ଏବଂ ସ୍ଥାୟୀ ଦିଗରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଂଶଗ୍ରହଣ ଶୀର୍ଷକ ଭର୍ଚୂଆଲ ମାଧ୍ୟମରେ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପ୍ରତ ିଅନ୍ୟମାନଙ୍କ ମନୋଭାବରେ  ବହୁ ପରିବର୍ତନ ଲକ୍ଷ୍ୟ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ସମୟ ଆସିଛି, ଏହି ବ୍ୟକ୍ତିମାନେ ସମାଜର ନେତୃତ୍ୟ ନେଇପାରିବେ ବୋଲି ସେ ଆଲୋକପାତ କରିଥିଲେ ।ଭିନ୍ନକ୍ଷମ ବ୍ୟକ୍ତି କାହାଠାର ୁସହାନୁଭୂତି ଆବଶ୍ୟକ କରନ୍ତି ନାହିଁ ବରଂ  ସେମାନେ ସହାୟତା ଆବଶ୍ୟକ କରନ୍ତି ବୋଲି ସେ ପ୍ରକାଶ କରିଥିଲେ ।ସମାଜ ପ୍ରତିଷ୍ଠା ପାଇଁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ସବୁ ସଂପ୍ରଦାୟ ଆଗାଇ ଆସିବା ଉଚିତ ବୋଲି ବନରାସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅର୍ଥନୀତିର ପ୍ରଫେସର ପ୍ର.ମୃତ୍ୟୁଞ୍ଜୟ ମିଶ୍ର ମୁଖ୍ୟବକ୍ତାଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।ପୃଥିବୀରେ କୋଭିଡ -୧୯ ହେତୁ ସର୍ବାଧିକ ସଂଖ୍ୟକ ଦିବ୍ୟାଙ୍ଗ ବ୍ୟକ୍ତି  ପ୍ରାଣ ହରାଇଥିବାରୁ ସେ ଚିନ୍ତା ପ୍ରକଟ କରିଥିଲେ ।ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସଶକ୍ତ ଓ ଉନ୍ନତ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରସ୍ତାବ ଉପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଜଳ ମହାପାତ୍ର ଆଲୋକପାତ କରିଥିଲେ ।ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଥଇଥାନ ଏବଂ ସଶକ୍ତିକରଣ ସମ୍ବନ୍ଧରେ ୟୁଏନଓ ଜନାଦେଶ ସଂପର୍କରେ ରାଜ୍ୟ ସାମାଜିକ ସୁରକ୍ଷା ଅଧିକାରୀ  ସନ୍ୟାସ କୁମାର ବେହେରା ମତବ୍ୟକ୍ତ କରିଥିଲେ ।ଓଡିଆ ବିଭାଗର ସହାୟକ ପ୍ରଫେସର ତଥା ଅନଲାଇନ ଆଲୋଚନା ଚକ୍ରର ସଂଯୋଜକ  ପ୍ରଦୋଷ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ ।ଶିକ୍ଷା ବିଭାଗର ମୁଖ୍ୟ ତଥା  ଅନଲାଇନ ଆଲୋଚନା ଚକ୍ରର ଆବାହାକ ଡ.ରମେନ୍ଦ୍ର କୁମାର ପାଢୀ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସଂପର୍କରେ ଆଲୋକପାତ କରିଥିଲେ ।ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।ଇଂରାଜ୍ୟ ବିଭାଗର ଛାତ୍ର ସୈାରଭ କୁମାର ସଂଯୋଜନା କରିଥିବା ବେଳେ କୁଳସଚିବ ଅସିତ କୁମାର ଦାସ , ବିଭିନ୍ନ ବିଭାଗର  ଭାରପ୍ରାପ୍ତ ବିଭାଗୀୟ ମୁଖ୍ୟ ଯଥା ପ୍ରଦୋଷ କୁମାର ରଥ,ଜୟନ୍ତ କୁମାର ନାୟକ,ଆଲୋକ ବରାଳ,ମହେଶ କୁମାର ପଣ୍ଡା,ମିନତୀ ସାହୁ, ଜ୍ୟୋତିଷ୍କ ଦତ ପ୍ରମୁଖଙ୍କ ସହ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ,ଅଧ୍ୟାପକ.ଅଧ୍ୟାପିକା ଓ ପରିଦର୍ଶକ ପ୍ରଫେସର ଅଂଶଗ୍ରହଣ କରିଥିଲେ ।