Odiapua.com

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ମାର୍ଟକ୍ଲାସର ଶୁଭାରମ୍ଭ

କୋରାପୁଟ ୧୯-୧୨ (ଓଡିଆ ପୁଅ /ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ୧୪ଟି ଭିବାଗର ଶ୍ରେଣୀଗୃହରେ ଡିଜିଟାଲ ଇଂଟରାକ୍କିଭ ଡିସପ୍ଲେ.ଭିଜୁଆଲ ପ୍ରେଜେଟଂର, ଇଲେକ୍ଟୋନିକ ଲେକର୍ନ ଇତ୍ୟାଦି ସ୍ଥାପନ କରି ପାରମ୍ପରିକ ଶ୍ରେଣୀଗୃହକୁ ଅତ୍ୟାଧୁନିକ ସ୍ମାର୍ଟ ଶ୍ରେଣୀଗୃରେ ପରିଣତ କରାଯାଇ ସ୍ମାର୍ଟକ୍ଲାସର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି।ବିଶ୍ୱବିଦ୍ୟାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଓ ଶିକ୍ଷଣ ଗୁଣବତାକୁ ବହୁଗୁଣିତ କରିବା ଓ ସାମଗ୍ରିକ ଶିକ୍ଷାଗତ ଅଭିଜ୍ଞତା ପାଇଁ ଏକ ଆଧୁନିକ ଶିକ୍ଷାଦାନ ପ୍ରସ୍ତୁତ କରିବା ବୋଲି କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ପ୍ରକାଶ କରିଛନ୍ତି।ଶିକ୍ଷକ ଓ ଛାତ୍ରମାନେ ସେମାନଙ୍କର ସୀମିତ ସମୟକୁ ବ୍ୟବହାର କରି ଛାତ୍ରମାନଙ୍କୁ ପ୍ରତ୍ୟେକ ଧାରଣାକୁ ପ୍ରଭାଶାଳୀ ଏବଂ ଆକର୍ଷଣୀୟ ଉପାୟରେ ବୁଝିବା ଓ ଶିଖିବା ପାଇଁ ବ୍ୟବହାର କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି।ଏଥି ନିମନ୍ତେ ଦୁଇ ଦିନିଆ ସ୍ୱତନ୍ତ୍ର ତାଲମ ଶିବିର ଆୟୋଜିତ ହୋଇଥିଲା ବୋଲି ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି।