Odiapua.com

ଓଡିଶା ଆନ୍ଧ୍ର ସୀମାନ୍ତ ଗ୍ରାମ ସୁଙ୍କି ଜଙ୍ଗଲରେ ନିଆଁ ଲାଗିଛି

ପଟାଙ୍ଗୀ ୧୯-୪ (ଓଡିଆ ପୁଅ/ମେଘା ଗୁଣ୍ଠା) ପଟାଙ୍ଗୀ ସଦର ମହକୁମା ଅନ୍ତର୍ଗତ ଓଡିଶା ଆନ୍ଧ୍ର ସୀମାନ୍ତବର୍ତ୍ତି ଗ୍ରାମ ସୁଙ୍କି ଜଙ୍ଗଲରେ ଦୀର୍ଘ ତିନିଦିନ ଧରି ନିଆଁ ଲାଗିଛି। ସୁଙ୍କି ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ସୁଙ୍କି ଗ୍ରାମ ନଦୀ ଉପର ପାର୍ଶ୍ୱସ୍ଥ ପାନ୍ଦୀଡିୱଲସ। ସଙ୍କ ପାଡୁ ଏବଂ କୋତୱଲସ ନିକଟସ୍ଥ ପାହାଡ଼ ଜଙ୍ଗଲରେ ତିନି ଦିନ ଧରି ନିଆଁ ଲାଗିବା ସହ ଉକ୍ତ ନିଆଁକୁ ଆୟତ କରାଯାଉନଥିବା ଫଳରେ ଜଙ୍ଗଲର ଜୀବଜନ୍ତୁମାନଙ୍କ ପ୍ରାଣପ୍ରତି ବିପଦ ସୃଷ୍ଟି ହେଉଥିବା ସହ ଜଙ୍ଗଲ ନଷ୍ଟର ଆଶଙ୍କା ଅଛି। ଏନେଇ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ପଚାରିବାରୁ ପ୍ରତ୍ୟେକ ଚାରିଘଣ୍ଟାରେ ଜିପିଏସ ଦ୍ୱାରା କୌଣସି ସ୍ଥାନରେ ନିଆଁ ଲାଗିଲେ ସୂଚନା ମିଳୁଅଛି ଏବଂ ଉକ୍ତ ଅଞ୍ଚଳକୁ କାର୍ଯ୍ୟରତ ଛଅ ଜଣ ଜଙ୍ଗଲ ବିଭାଗର ଫାୟାର ସ୍କ୍ୱାର୍ଡ଼ ଯାଇ ଅଗ୍ନିକୁ ଆୟତ କରୁଥିବା ସତ୍ୱେ କିଛି ଲୋକ ପୋଢ଼ୁଚାଷ ନିମନ୍ତେ ପୁଣି ନିଆଁ ଲଗାଇଥିବା ନେଇ ସୂଚନା ଦେଇଛନ୍ତି।