Odiapua.com

ଓଡିଶାର ପାଚିପେଂଟା କୁଆଡେ ଗଲା ବୋଲି ପ୍ରଶ୍ନ କଲେ ଗଦାଧର

କୋରାପୁଟ ୨୬-୦୮(ଓଡିଆ ପୁଅ /ରଂଜନ ଦାସ)ଓଡିଶାର ପାଚିପେଂଟା କୁଆଡେ ଗଲା ବୋଲି ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ପ୍ରଶ୍ନ କରିଛନ୍ତି ।୧୯୩୪ ମସିହାରେ ମାନ୍ୟବର ପ୍ରିଭି କାଉନସିଲ ପାଚିପେଂଟା ଜୟପୁର ଜମିଦାରର ବୋଲି ଆଦେଶ କରିଥିଲେ ।୧୯୩୬ ମସିହାରେ ସଂପୂର୍ଣ୍ଣ ଜୟପୁର ଜମିଦାର ଓଡିଶାରେ ମିଶିଥିଲା ବୋଲି ସେ ସୂଚନା ଦେଇଛନ୍ତି ।ଜମିଦାର ଉଛେଦ ପରେ ୧୯୫୨ ମସିହାରେ ପାଚିପେଂଟା ଜମିଦାର ଓଡିଶାରେ ମିଶିଗଲା ବୋଲି ଓଡିଶା ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ  ।୧୯୫୨ ପରେ ପାଚିପେଂଟା କାହିଁକି ଓଡିଶା ନକ୍ସାରେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ପାଚିପେଂଟା ,ବୋରାମୁଠା ଭଳିଆ କୋଟିଆ ଓଡିଶା ନକ୍ସାରୁ ହଜିଯିବ ନାହିଁ ତ ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡିଶାର ସୀମାକୁ ସୁରକ୍ଷା ଦେବାକୁ ରାଜସ୍ୱମନ୍ତ୍ରୀଙ୍କୁ  ସେ ଏକ ଚିଠି ଲେଖିଥିବା  ପ୍ରକାଶ କରିଛନ୍ତି ।ପାଚିପେଂଟା କିପରି ଆନ୍ଧ୍ର ନେଲା ତାହା ରାଜ୍ୟ ସରକାର ଆମକୁ ଜଣାନ୍ତୁ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତ ିା କୋଟିଆରେ ଆନ୍ଧ୍ର ତରଫରୁ ୧୯ ତାରିଖରୁ ବିଭିନ୍ନ କାର୍ଯ୍ୟ କରାଯାଉଛି କିନ୍ତୁ ଜିଲ୍ଲା ପ୍ରଶାସନ କେବେ ହେଲେ ବି ସେମାନଙ୍କୁ ଆମ ଓଡିଶାରେ ପ୍ରବେଶ କରି କାହିଁକି କାର୍ଯ୍ୟ କରୁଛ ବୋଲି ପ୍ରଶ୍ନ କରି ନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଆମ ସରକାର କାହିଁକି ଆମର ସ୍ୱାର୍ଥ ରକ୍ଷା କରୁ ନାହାନ୍ତି ବୋଲି ସେ ଆହୁରୀ ପ୍ରଶ୍ନ କରିଥିଲେ ।