Odiapua.com

ଓଡିଶାରେ ରହି ଓଡିଶା ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ଦଲାଲମାନଙ୍କୁ ଜାତୀୟ ସୁରକ୍ଷା ଅଧିନିୟମରେ ଗିରଫ କରିବାକୁ ଦାବି କଲେ ଇଶ୍ୱର

କୋରାପୁଟ ୧୪-୧୦(ଓଡିଆ ପୁଅ /ରଂଜନ ଦାସ) ଆନ୍ଧ୍ରପ୍ରଦେଶର ଅଧିକାରୀ ଓ ରାଜନୀତି ବ୍ୟକ୍ତିବିଶେଷ କୋଟିଆରେ ବାରମ୍ବାର ଅନୁପ୍ରବେଶ କରୁଛନ୍ତି ।ଗତକାଲି ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଆଇଟିଡିଏ ଅଧିକାରୀ ଅନୁପ୍ରବେଶ କରିଥିବା ବେଳେ ଏହାକୁ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ବିରୋଧ କରିଥିଲେ ।ବିଧାୟକ ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ବହୁ ସମୟ କଥା କଟାକଟି ହୋଇଥିଲା ।ମାଟିର ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ ରହିଛି ।ଏହି ବିବାଦର ସମାଧାନ ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।ଓଡିଶା ତରଫରୁ କୋଟିଆ ପଂଚାୟତରେ ଜୀବିନଜୀବିକା , ଶିକ୍ଷା ,ଗମାନଗମନ .ସାମାଜିକ ପ୍ରଭୃତି ବିକାଶମୂଳକ କାର୍ଯ୍ୟ ଚାଲୁଥିବା ସେ ସୂଚନା ଦେଇଛନ୍ତି ।ଓଡିଶା ରାଜ୍ୟରେ ରହି ଓଡିଶା ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ଦଲାଲମାନଙ୍କୁ ଜାତୀୟ ସୁରକ୍ଷା ଅଧିନିୟମରେ ଗିରଫ କରିବାକୁ ସେ ଦାବି କରିଛନ୍ତି ।ଯଦି ଗିରଫ କରା ନ ଯାଏ ତେବେ ଦଲାଲମାନଙ୍କ ଦ୍ୱାରା ଓଡିଶା ଲୋକେ ପ୍ରଭାବିତ ହୋଇ ଆନ୍ଧ୍ର ପ୍ରତି ଆକୃଷ୍ଟ ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି ।ଆନ୍ଧ୍ରର ଅଧିକାରୀ ଅନୁପ୍ରବେଶ କରି ଯେଉଁ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି ତାହା ବିରୁଦ୍ଧରେ ଆନ୍ଧ୍ରକୁ ରାଜ୍ୟ ସରକାର ଉଚିତ ଜବାବ ଦେବେ ବୋଲି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲ ସୂଚନା ଦେଇଛନ୍ତି ।ଆଗକୁ ପଂଚାୟତ ନିର୍ବାଚନ ରହିଛି ।ଓଡିଶା ସରକାର କିଭଳି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ।