Odiapua.com

ଏ.ସି.ବି. ଫାଉଣ୍ଡେସନର ପ୍ରତିଷ୍ଠା ଉତ୍ସବ, ପ୍ରତିଭା ସମ୍ବର୍ଦ୍ଧନା ଓ ଶୀତବସ୍ତ୍ର ବଣ୍ଟନ

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ସନ୍ନିକଟ ଏ.ସି.ବି. ଫାଉଣ୍ଡେସନନ କାହାଳିଆଗଢିଆର ବାର୍ଷିକ ପ୍ରତିଷ୍ଠା ଉତ୍ସବ, ପ୍ରତିଭା ସମ୍ବର୍ଦ୍ଧନା ଓ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଧିକାରୀ ସୁରଥ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ମୁଖ୍ୟବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁଭେନ୍ଦ୍ର କୁମାର ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଚିନ୍ତାମଣି ପ୍ରାଣିଗ୍ରାହୀ, ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ଜେନା, ସମାଜସେବୀ ଶ୍ରୀଧର ମହାରଣା, ଶିକ୍ଷାବିତ୍ ହରମୋହନ ପଣ୍ଡା, ଚତୁର୍ଭୁଜ ପହି, ଅମୂଲ୍ୟ କୁମାର ରାଉତ, ସୁଦର୍ଶନ ସାହୁ, ବୃନ୍ଦାବନ ରାଉତ, ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା, ସାହିତ୍ୟିକ ଜଗନ୍ନାଥ ପାତ୍ର, କୀର୍ତ୍ତନ ବିହାରୀ ନାୟକ, ଜଇନୁଲ୍ ଆବେଦିନ୍ ପ୍ରମୁଖ ଯୋଗଦେଇ ଫାଉଣ୍ଡେସନ ତାର ନିଜସ୍ୱ ସାମର୍ଥରେ ବିଭିନ୍ନ ସାମାଜିକ କାର୍ଯ୍ୟ କରି ଆସୁଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଥିବା ଅଭାବୀ ଓ ଦୁସ୍ଥ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସଙ୍ଗେ ସଙ୍ଗେ ପ୍ରତିଭା ସମ୍ବର୍ଦ୍ଧନା ଏବଂ ମେଧାଛାତ୍ର ସମ୍ମାନକୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ଏ.ସି.ବି. ଫାଉଣ୍ଡେସନର ପ୍ରତିଷ୍ଠାତା ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ପତାକା ଉତ୍ତତ୍ତୋନ କରିବା ସହିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମୋହନ କୁମାର ମହାନ୍ତିଙ୍କ ଦ୍ୱାରା ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ନାଗରିକ ସମ୍ମାନ, ଅବସରକାଳୀନ ସମ୍ବର୍ଦ୍ଧନା, ପ୍ରତିଭା ସମ୍ବର୍ଦ୍ଧନା, ମେଧା ଶିକ୍ଷକ, ମେଧା ଛାତ୍ର ସମ୍ମାନ ସହ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସିଂହ, ଗୋପାଳକୃଷ୍ଣ ରାଉତ, ରବିନାରାୟଣ ରାଉତ, ସତ୍ୟରଞ୍ଜନ ଦାସ ଓ ଗାୟତ୍ରୀ ଦାସଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ଅତିଥି । ବନ୍ଦନା ଜେନା, ପ୍ରତ୍ୟୁଷା ଦାସ, ଭବ୍ୟଶ୍ରୀ ବେହେରା ନୃତ୍ୟ ପରିବେଷଣ କରିଥିଲେ ।ସାମ୍ବାଦିକ ହେମନ୍ତ ସିଂହ, ଶିକ୍ଷକ ସତ୍ୟନାରାୟଣ ଜେନା, ସ୍ତମ୍ବକାର ସୁବୋଧ କୁମାର ସାହୁଙ୍କ ମଞ୍ଚ ପରିଚାଳନାରେ ଫାଉଣ୍ଡେସନର ସୁରେନ୍ଦ୍ର ବେହେରା, ଆନନ୍ଦ ଚନ୍ଦ୍ର ରାଉତ, କେଶବ ଚନ୍ଦ୍ର ବେହେରା, ସବିତା ସେଠୀ, ଜ୍ୟୋର୍ତିପ୍ରଜ୍ଞା ରାଉତ, ପ୍ରଜ୍ଞାପରମିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।