ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଏବେ ଆଉ ବେଶି ଓଜନିଆ ହେବନି ସ୍କୁଲ ବ୍ୟାଗ। ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ହ୍ରାସ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଏ ନେଇ ଆଜି ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ପିଲାଙ୍କ ଉପରେ ଚାପ ନ ପକାଇବା ସହ ବ୍ୟାଗ ଓଜନ ଚେକ କରିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହେବ ବୋଲି ସୂଚନା ମିଳିଛି। ସ୍କୁଲ ପିଲାଙ୍କ ଉପରୁ ଚାପ ହ୍ରାସ ପାଇଁ ସରକାର ଏହିପରି ଉଦ୍ୟମ କରୁଥିବା ସୂଚନା ମିଳିଛି।