Odiapua.com

ଏକା ସାଙ୍ଗରେ ୫ ପିଲାଙ୍କୁ ଜନ୍ମ ଦେଲେ ମହିଳା

ଭୁବନେଶ୍ୱର: ଉତ୍ତରପ୍ରଦେଶର ବାରବାଙ୍କି ଅଞ୍ଚଳରେ ଜଣେ ମହିଳା ଏକା ସାଙ୍ଗରେ ପାଞ୍ଚଟି ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରଥମେ ଜଣେ ଶିଶୁ ଘରେ ଜନ୍ମ ହେବା ପରେ ବାକି ୪ ଜଣ ଶିଶୁ CHCରେ ଜନ୍ମ ହୋଇଥିଲେ। ପରେ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇ ଥିଲା। ପାଞ୍ଚ ଶିଶୁଙ୍କ ମଧ୍ୟରେ ଦୁଇଟି ପୁତ୍ର ସନ୍ତାନ ଏବଂ ତିନୋଟି କନ୍ୟା ସନ୍ତାନ ଅଛନ୍ତି। ଜଣେ ଶିଶୁର ଅବସ୍ଥା କିଛି ମାତ୍ରାରେ ଖରାପ ଥିବାବେଳେ ବାକି ୪ ଜଣ ସୁସ୍ଥ ଥିବା କୁହାଯାଉଛି। ତେବେ, ଡାକ୍ତରଙ୍କ ଅନୁଯାୟୀ ଏହି ଶିଶୁମାନେ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ (ପ୍ରି- ମ୍ୟାଚୁୟର) ହୋଇଥିବାରୁ ସେମାନଙ୍କ ସମସ୍ତ ଅଙ୍ଗ ସଂପୂର୍ଣ୍ଣ ଠିକ୍ ଭାବରେ କାମ କରୁ ନାହିଁ। ତେଣୁ ସେମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇ ଆବଶ୍ୟକ ଅନୁଯାୟୀ ଚିକିତ୍ସା କରାଯାଉଛି।

ବାରବାଙ୍କି ଜିଲ୍ଲାର ବିକାଶ ବ୍ଲକର ସୁରତଗଞ୍ଜ ଅଞ୍ଚଳର କୁଥଲୁପୁର ନିବାସୀ କୁନ୍ଦନ ଗୌତମଙ୍କ ପତ୍ନୀ ଅନୀତା ଗୌତମ ଏହି ଶିଶୁ ମାନଙ୍କୁ ଜନ୍ମ ଦେଇଛନ୍ତି। -ଦେବଦତ୍ତ ରଥ

ଓଟ କ୍ଷୀର ପରେ ଅମୁଲ୍ ଲଞ୍ଚ କଲା ହଳଦୀ କ୍ଷୀର